ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ ବଢିବାରେ ଲାଗିଛି ନକଲି ବିଶ୍ୱବିଦ୍ୟାଳୟର ସଂଖ୍ୟା । ଏନେଇ ବିଶ୍ୱବିଦ୍ୟାଳୟ ନକଲି ବିଶ୍ୱବିଦ୍ୟାଳୟର ପୁଣିଥରେ ଖୋଳତାଡ ପ୍ରକ୍ରିୟା ଆରମ୍ଭ କରିଛି । ଯେଉଁ ରାଜ୍ୟରେ ନକଲି ବିଶ୍ୱବିଦ୍ୟାଳୟ ବାହାରିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସମସ୍ତ ରାଜ୍ୟ ମାନଙ୍କୁ କୁହାଯାଇଛି । ସୂଚନା ଅନୁଯାୟୀ, ୟୁଜିସି ପକ୍ଷରୁ ସମସ୍ତ ରାଜ୍ୟକୁ ଚିଠି ବଣ୍ଟାଯିବା ପରେ ରାଜ୍ୟ ସରକାର ଏବେ ତଦନ୍ତ ଆରମ୍ଭ କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯଦି ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଓ ଜୟପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ କୌଣସି ନକଲି ବିଶ୍ୱବିଦ୍ୟାଳୟ ବାହାରେ ତେବେ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ବର୍ତ୍ତମାନ ସୁଧା ଭାରତରେ ସମୁଦାୟ ୨୧ଟି ବିଶ୍ୱବିଦ୍ୟାଳୟ ଏପରି ଧରାପଡିଛନ୍ତି । ସେଥିମଧ୍ୟରୁ ଦିଲ୍ଲୀରେ ୮ଟି ଥିବା ବେଳେ ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଓଡ଼ିଶାର ରାଉରକେଲାରେ ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶ୍ୱବିଦ୍ୟାଳୟ ରୋଡରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ରହିଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..