Report Card Odisha

| Daily Odia News

ବିଷ ସଫା କରିଦେଲା ପୁରା ପରିବାର…..

ରିପୋର୍ଟ କାର୍ଡ / ବରଗଡ଼

୫ ଦିନରେ ନିରବୀ ଗଲେ ପରିବାରର ସମସ୍ତ ସଦସ୍ୟ । ଜଣକ ପରେ ଜଣେ ଆଗପଛ ହୋଇ ପରିବାରର ୪ ସଦସ୍ୟ ଙ୍କର ମୃତ୍ୟୁ ହୋଇଛି । ରୋଗଗ୍ରସ୍ତ ଘରର ମୁଖିଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ପରିବାରର ୩ ସଦସ୍ୟ ବିଷ ପିଇ ଦେଇଥିଲେ । ଗତକାଲି ବିଷର ଜ୍ୱାଳା ସହି ନ ପାରି ପୁଅଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଛି ମା’ । ଏଭଳି ଦୁଖଦଃ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲାରେ । ମୃତକମାନେ ହେଲେ ବଂଶୀଧର ସାହୁ, ତାଙ୍କ ଭଉଣୀ ସୁବର୍ଣ୍ଣ ମହାଜନ ଓ ସେମାନଙ୍କ ମା’ କୁମୁଦିନି ସାହୁ । ଗତକାଲି ବଂଶୀଧର ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ବୁର୍ଲା ନିଆଯାଉଥିବା ବେଳେ ବାଟରେ ସୁବର୍ଣ୍ଣଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ଏଥିରୁ ବର୍ତ୍ତି ଯାଇଥିବା କୁମୁଦିନି ସାହୁଙ୍କ ବିଷ ଜ୍ୱାଳାରେ ଛଟପଟ ହେଉଥିବା ବେଳେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି କୁମୁଦିନି ଙ୍କର ମୃତ୍ୟୁ ହୋଇଛି |

 

Breaking News