ରିପୋର୍ଟ କାର୍ଡ / କଟକ
କଟକରେ ଜଣେ ମହିଳାଙ୍କୁ ଛୁରାମାଡ଼ ହୋଇଛି। ଦୋଳମୁଣ୍ଡାଇ ଛକ ସ୍ଥିତ ଏକ ପାର୍ଲର ଭିତରେ ପଶି ମହିଳାଙ୍କୁ ଜଣେ ଯୁବକ ଛୁରାମାଡ଼ କରିଛନ୍ତି। ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ପୁରୀଘାଟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଦୋଳମୁଣ୍ଡାଇ ଛକ ସ୍ଥିତ ଉକ୍ତ ପାର୍ଲରରେ କାମ କରୁଥିଲେ। ଅପରପକ୍ଷେ, ଛୁରାମାଡ଼ କରି ଯୁବକ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଛୁରାମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..