ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫେମସ୍ ୟୁଟ୍ୟୁବର୍ ତଥା ସୋଶାଲ ମିଡିଆ ଇନ୍ଫ୍ଲୁଏନ୍ସର୍ ବବି କଟାରିଆ ଗିରଫ ହୋଇଛନ୍ତି। ହ୍ୟୁମନ୍ ଟ୍ରାଫିକିଂ ତଥା ମାନବ ଚାଲାଣ ଓ ଠକେଇ ଅଭିଯୋଗରେ ଗୁରୁଗ୍ରାମ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ପରେ ପୋଲିସ ତାଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି ତଥା ଏନ୍ଆଇଏକୁ ହସ୍ତାନ୍ତର କରିଛି। ପ୍ରକୃତରେ ମାନବ ଚାଲାଣ ମାମଲାରେ ଏନ୍ଆଇଏ ସଙ୍ଗଠିତ ସିଣ୍ଡିକେଟ୍ର ଯାଞ୍ଚ କରୁଥିଲା। ଯୁବକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ବିଦେଶକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଏନ୍ଆଇଏ ଓ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ରାକେଟ୍ର ପର୍ଦ୍ଦାଫାଶ କରିଛି।ଏହି ମାମଲାରେ ପୋଲିସ ଭଡୋଦରାରୁ ମନୀଷ ହିଙ୍ଗୁ, ଗୋପାଳଗଞ୍ଜରୁ ପ୍ରହ୍ଲାଦ ସିଂହ, ଦିଲ୍ଲୀର ନବୀ ଆଲାମ ରାୟ, ଗୁରୁଗ୍ରାମରୁ ବଲୱନ୍ତ କଟାରିଆ ଓରଫ ବବି କାଟାରିଆ ଏବଂ ଚଣ୍ଡିଗଡ଼ର ସରତାଜ ସିଂହଙ୍କୁ ଗିରଫ କରିଛି। ଚଢ଼ାଇ ବେଳେ ବିଦେଶକୁ ପଠାଯିବାକୁ ଥିବା ବହୁ ପରିମାଣର ଡକ୍ୟୁମେଣ୍ଟ୍, ଡିଜିଟାଲ୍ ଉପକରଣ ଏବଂ ରେଜିଷ୍ଟର ଜବତ ହୋଇଛି।ମାନାବା ଚାଲାଣକୁ ନେଇ ଭିନ୍ନ ଭିନ୍ନ ରାଜ୍ୟର ପୋଲିସ ୮ଟି ଏଫ୍ଆଇଆର୍ ରୁଜୁ କରିଥିଲା। ଏଥିରେ ଗୁରୁଗ୍ରାମରେ ରୁଜୁ ହୋଇଥିବା ବବି କଟାରିୟାର ଏଫ୍ଆଇଆର୍ ମଧ୍ୟ ସାମିଲ ଥିଲା। ଦୁଇ ଜଣ ବ୍ୟକ୍ତି ଗୁରୁଗ୍ରାମ ପୁଲିସ ନିକଟରେ ବବି କଟାରିଆଙ୍କ ବିରୋଧରେ ଅଭିଯୋଗ କରିଥିଲେ। କାଟାରିଆ ସେମାନଙ୍କୁ ବିଦେଶରେ ଚାକିରି ଦେବା ନାମରେ ୪ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……