ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଭିନେତା ଅଭିନେତ୍ରୀଙ୍କର ଚାଲିଛି ବିବାହର ପର୍ବ | ଅଭିନେତା ଫରହାନ୍ ଅଖତର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ପ୍ରେମିକା ଶିବାନୀ ଦାଣ୍ଡେକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୧ରେ ଏହି ବିବାହ ହେବା ନେଇ ବଲିଉଡ୍ରେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ବିବାହ ନିରାଡମ୍ବରରେ ହେବ। କରୋନା କଟକଣା ଯୋଗୁ ମୁମ୍ବାଇର ଏକ କୋର୍ଟରେ ଉଭୟ ରେଜିଷ୍ଟ୍ରୀ ମ୍ୟାରେଜ୍ କରିବେ। ପରେ ସେମାନେ ପାର୍ଟି ଦେବେ। ଏଥିରେ କେବଳ ପରିବାର ଲୋକେ ଏବଂ ନିକଟ ସମ୍ପର୍କୀୟ ହିଁ ସାମିଲ ହେବେ। ଦୀର୍ଘ ୩ ବର୍ଷ ହେଲା ଫରହାନ୍ଙ୍କୁ ଡେଟ୍ କରୁଛନ୍ତି ଶିବାନୀ। ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ଫରହାନ୍ ନିଜ ପ୍ରେମକୁ କାହାଠାରୁ ଲୁଚାଇ ନ ଥିଲେ। କୌଣସି ପାର୍ଟି ହେଉ ଅବା ବିଦେଶ ଭ୍ରମଣ, ଉଭୟ ସାଥୀ ହୋଇ ଯାଉଥିବା ଦେଖାଯାଇଛି। ଏହାଛଡ଼ା ସୋସିଆଲ ମିଡିଆରେ ଉଭୟ ଫଟୋ ମଧ୍ୟ ଶେୟାର କରିଥାଆନ୍ତି।






More Stories
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ!…..
ସତୀଶ ଶାହଙ୍କ ପରଲୋକ…..