ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ଡିସେମ୍ବର ୨୩ ଯାଏଁ ଚାଲିବାକୁ ଥିବା ଏଥର ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବା ଲାଗି ଯୋଜନା ରଖିଛନ୍ତି ସରକାର । ଅଧିବେଶନର ପ୍ରଥମ ଦିନରେ ସରକାର କୃଷି ଆଇନ ଉଚ୍ଛେଦ ବିଧେୟକକୁ ଲୋକସଭାରେ ଆଗତ କରିବାକୁ ତାଲିକାଭୁକ୍ତ କରିଛନ୍ତି। ଗତବର୍ଷ ସରକାର ପ୍ରଣୟନ କରିଥିବା ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ସରକାର ଏହି ବିଧେୟକ ଆଗତ କରିବେ। ଏହା ସହିତ କ୍ରିପ୍ଟୋକରେନ୍ସି ଆଣ୍ଡ ରେଗୁଲେସନ ଅଫ ଅଫିସିଆଲ ଡିଜିଟାଲ କରେନ୍ସି ବିଧେୟକ ୨୦୨୧ ସମେତ ମୋଟ୍ ୨୬ଟି ବିଧେୟକ ଆଗତ କରିବାକୁ ସରକାର ତାଲିକାଭୁକ୍ତ କରିଛନ୍ତି। ସେହିପରି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ମୁଖ୍ୟଙ୍କ କାର୍ଯ୍ୟ ଅବଧିକୁ ବୃଦ୍ଧି ନିମନ୍ତେ ନଭେମ୍ବର ୧୪ରେ ସରକାର ଆଣିଥିବା ଅଧ୍ୟାଦେଶ ସମୟରେ ପ୍ରସ୍ତୁତ କରିଥିବା ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ବିଧେୟକ ୨୦୨୧କୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଆଗତ କରାଯିବ। ଅନ୍ୟପଟେ ଶୀତ ଅଧିବେଶନରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳଗୁଡିକ ପାଖରେ ଅନେକ ପ୍ରସଙ୍ଗ ରହିଛି। କୃଷ ସମସ୍ୟା ସହିତ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ, କରୋନା ମହାମାରୀ, ଚୀନ ସେନାର ଅନୁପ୍ରବେଶ ଆଦି ପ୍ରସଙ୍ଗରେ ବିରୋଧୀ ଦଳଗୁଡିକ ଗୃହରେ ହୋହଲ୍ଲା କରିବାର ସମ୍ଭାବନା ରହିଛି। ଶୀତ ଅଧିବେଶନ ଡିସେମ୍ବର ୨୩ରେ ଶେଷ ହେବ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..