Report Card Odisha

| Daily Odia News

ଲୋକସଭାରେ ପାରିତ ହେଲା ୩ କୃଷି ଆଇନ ଉଚ୍ଛେଦ ବିଲ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇଛି | ଗୃହ ଆମ୍ଭରୁ ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ ହଲ୍ଲାବୋଲ କରିଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ସଂସଦ ବାହାରେ ବିରୋଧୀ ନାରାବାଜି ଦେଇଥିଲେ । ଅଧିବେଶନର ପ୍ରଥମ ଦିନରେ ବିଲ୍‌ ଆଣିବାକୁ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଖବର ଅନୁଯାୟୀ, ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ଟି ବିବାଦୀୟ କୃଷି ଆଇନ୍‌ ପ୍ରତ୍ୟାହାର ବିଲ୍‌ ଉପସ୍ଥାପନ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ଆଧାରରେ ଆଜି ପ୍ରଥମ ଦିନରେ ଏହି ବିବାଦୀୟ ଆଇନ୍‌କୁ ପ୍ରତ୍ୟାହାର ପାଇଁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ତେବେ ଲୋକସଭାରେ ଏହି ବିଲ୍‌ ଉପରେ ଆଲୋଚନା କରିବାକୁ ବିରୋଧୀମାନେ ଦାବି କରିଥିଲେ । ଏପିରିକି ଲୋକସଭାରେ ହଟ୍ଟଗୋଳ ମଧ୍ୟ କରିଥିଲେ । ଏସବୁ ଭିତରେ ସୋମବାର ଦିନ ଲୋକସଭାରେ କୃଷି ଆଇନ୍‌ ଉଚ୍ଛେଦ ବିଲ୍‌ ପାରିତ ହୋଇଛି | ସୂଚନାଯୋଗ୍ୟ ଯେ, ଗତ ବର୍ଷେ ହେଲା ଦେଶରେ ୩ଟି କୃଷି ଆଇନ୍‌କୁ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏପରିକି ଦିଲ୍ଲୀ ସୀମାରେ ପାଖାପାଖି ବର୍ଷେ ହେଲା ଚାଷୀମାନେ ଧାରଣାରେ ବସିଥିଲେ । ଶେଷରେ ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ଭୋଧିତ କରି  ବିବାଦୀୟ ୩ଟି କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ପରେ ଏହି କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମୋହର ଲାଗିଛି । ଏହାପରେ ଲୋକସଭା ଆଜି ଏହି ବିଲ୍‌ ପାରିତ ହୋଇଛି ।

Breaking News