ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ତୁରନ୍ତ ପ୍ରତିଶ୍ରୁତି ପୂରଣ ନ କରନ୍ତି, ଚାଷୀଙ୍କ ପାଖରେ ଆଉ କୌଣସି ବିକଳ୍ପ ରହିବ ନାହିଁ। ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ ସ୍ମାରକୀରେ ଏଭଳି ଚେତାବନୀ ଦେଇଛି ସଂଯୁକ୍ତ କିଷନ ମୋର୍ଚ୍ଚା । ଉକ୍ତ ସ୍ମାରକୀରେ କୁହାଯାଇଛି, ଦେଶର ସର୍ବବୃହତ ବର୍ଗ ଅନ୍ନଦାତାଙ୍କ ହିତକୁ ସୁରକ୍ଷା ଦେବା ଦେଶର ମୁଖ୍ୟ ରାଷ୍ଟ୍ରପତି ଦାୟିତ୍ୱ। ସରକାର ଚାଷୀଙ୍କୁ ଠକିବା ବନ୍ଦ କରନ୍ତୁ। ଚାଷୀଙ୍କ ପରିଶ୍ରମ ହେତୁ ଦେଶ ଏବେ ଖାଦ୍ୟ ଶସ୍ୟରେ ଆତ୍ମନିର୍ଭରଶୀଳ ହୋଇପାରିଛି। ଲକ୍ଡାଉନ ଏବଂ ଆର୍ଥିକ ମନ୍ଥରତା ସତ୍ତ୍ୱେ ଚାଷୀଙ୍କ ଅକ୍ଳାନ୍ତ ପରିଶ୍ରମ ହେତୁ ଦେଶରେ କୃଷିଜାତ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଚାଷୀଙ୍କ ସହ ଖେଳିବା ପୂରା ଦେଶକୁ ମହଙ୍ଗା ପଡ଼ିପାରେ। ଆନ୍ଦୋଳନକୁ ସମାପ୍ତ କରିବାକୁ ସରକାରଙ୍କ ପକ୍ଷରୁ ଗତ ବର୍ଷ ଡିସେମ୍ବର ୯ ତାରିଖରେ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ହେଲେ ପୂରଣ ହୋଇନାହିଁ। ଚାଷୀଙ୍କ ଧୈର୍ଯ୍ୟକୁ ଚ୍ୟାଲେଞ୍ଜ କର ନାହିଁ। ସରକାର ଯଦି ପ୍ରତିଶ୍ରୁତି ତୁରନ୍ତ ପୂରଣ ନ କରନ୍ତି, ତେବେ ଚାଷୀ କୌଣସି ବିକଳ୍ପ ନ ପାଇ ଆନ୍ଦୋଳନକୁ ଫେରିବେ ବୋଲି କହିଛନ୍ତି ସଂଯୁକ୍ତ କିଷନ ମୋର୍ଚ୍ଚା ।






More Stories
ଧର୍ମେନ୍ଦ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ……
ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ, ୩୩ ମୃତ…..
ଦିଲ୍ଲୀ ପ୍ରଦୂଷଣ ବିରୋଧରେ ବିକ୍ଷୋଭ,:ପୋଲିସର ବଡ କାର୍ଯ୍ୟାନୁଷ୍ଠାନ…..