ରିପୋର୍ଟ କାର୍ଡ / ନୂଆପଡ଼ା
ପାରିବାରିକ ବିବାଦକୁ ନେଇ ପୁଅକୁ ହତ୍ୟା କରିବା ପରେ ବାପା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏପରି ଏକ ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡ଼ାରେ ଘଟିଥିବା ବେଳେ ସୂଚନା ମୁତାବକ ୧୪ ବର୍ଷ ତଳେ ପୁଅ ଅନ୍ୟ ଜାତିର ଝିଅକୁ ବିବାହ କରିଥିଲା । ସେହି ବିବାହକୁ ନେଇ ପରିବାରରେ ଅସନ୍ତୋଷ ଲାଗି ରହୁଥିଲା । ଏହି ବିବାଦକୁ ନେଇ ବଚସା ହେବା ପରେ ରାଗିଯାଇ ବାପା ଜଣକ ପୁଅକୁ ହାଣି ହତ୍ୟା କରିଥିବା କୁହାଯାଉଛି । ପରେ ପୁଅର ମୃତ୍ୟୁକୁ ନେଇ ଘରେ କାନ୍ଦ ବୋବାଳି ହେବାରୁ ଅଭିଯୁକ୍ତ ବାପା ଜଣକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..