Report Card Odisha

| Daily Odia News

ଶରଦ ପୱାର୍‌ଙ୍କୁ ଧମକ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରଷ୍ଟ୍ରର ରାଜନୈତିକ ବିଦ୍ରୋହ ଥମିବାର ନାଁ ନେଉନାହିଁ | ଉଦ୍ଧବ ସରକାର ସଂକଟରେ ଥିବା ବେଳେ ‘ଏନ୍‌ସିପି’ ମୁଖ୍ୟ ଶରଦ ପୱାର୍‌ଙ୍କୁ ‘ବିଜେପି’ର ଜଣେ କେନ୍ଦ୍ରମନ୍ତ୍ରୀ ଧମକ ଦେଉଛି ବୋଲି ଆଜି ‘ଶିବସେନା’ ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କହିଛନ୍ତି। ଟୁଇଟ୍‌ କରି ସଞ୍ଜୟ ରାଉତ ଲେଖିଛନ୍ତି: ‘ଏମ୍‌ଭିଏ’ ସରକାରକୁ ବଞ୍ଚାଇବା ପାଇଁ ଉଦ୍ୟମ କଲେ ଶରଦ ପୱାର୍‌ ଘରକୁ ଫେରି ପାରିବେ ନାହିଁ ବୋଲି ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ‘ଏମ୍‌ଭିଏ’ ସରକାର ରହୁ କି, ନ ରହୁ, ଶରଦ ପୱାର୍‌ଙ୍କ ପ୍ରତି ଏଭଳି ଭାଷା ଦୁର୍ବିସହ। ସେ ଆହୁରି ମଧ୍ୟ ଲେଖିଛନ୍ତି: ସେ ମହାରାଷ୍ଟ୍ରର ସନ୍ତାନ। ସେମାନେ ତାଙ୍କୁ ଧମକ ଦେଉଛନ୍ତି। ମୋଦୀଜୀ, ଅମିତ ଶାହ, ଆପଣମାନେ ଶୁଣିଲେଣି |ଆପଣମାନଙ୍କର ନେତା ଶରଦ ପୱାର୍‌ଙ୍କୁ ଧମକ ଦେଉଛନ୍ତି। ଆପଣମାନେ କ’ଣ ଉକ୍ତ ଧମକକୁ ସମର୍ଥନ କରୁଛନ୍ତି | ମହାରାଷ୍ଟ୍ର ଏକଥା ଜାଣିବାକୁ ଚାହୁଁଛି। ଏଯାବତ୍‌ ଶିବସୈନିକମାନେ ରାସ୍ତାକୁ ବାହାରି ନାହାନ୍ତି। ଆବଶ୍ୟକ ପଡ଼ିଲେ ଆମେ ରାସ୍ତାକୁ ଆସିବୁ। ଠାକ୍‌ରେ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକ ଅଛନ୍ତି ବୋଲି ବିଦ୍ରୋହୀ ସେନା ବିଧାୟକ ଏକନାଥ ସିନ୍ଦେଙ୍କ ଦାବି ସମ୍ପର୍କରେ କହିବାକୁ ଯାଇ ରାଉତ କହିଛନ୍ତି, ଏଥିପାଇଁ କେତେକ ନୀତିନିୟମ ରହିଛି। ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ମଧ୍ୟ ରହିଛି। ଏବେ ଏହା ଏକ ଆଇନଗତ ସଂଗ୍ରାମ। କେତେକ କହୁଛନ୍ତି, ସେମାନଙ୍କର ୪୦ଜଣ ବିଧାୟକ ଅଛନ୍ତି, ଆଉ କେତେକ ଭିନ୍ନ ସଂଖ୍ୟା କହୁଛନ୍ତି। ବିଧାୟକମାନେ ମୁମ୍ବାଇକୁ ଫେରିଲେ ସବୁ କଥା ସ୍ପଷ୍ଟ ହୋଇଯିବ। ସଂଖ୍ୟା, କାଗଜ ଏବଂ ରାସ୍ତାକୁ ନେଇ ସଂଗ୍ରାମ। ଏ ତିନିଟିରେ ଆମେ ବିଜୟ ହାସଲ କରିବୁ ବୋଲି ସେ କହିଛନ୍ତି।

Breaking News