ରିପୋର୍ଟ କାର୍ଡ / ମାଲକାନଗିରି
ପୁଅର ବାହାଘର ଦିନ ଚାଲିଗଲା ବାପାଙ୍କ ଜୀବନ। ବରଯାତ୍ରୀ ବାହାରିଲା ବେଳେ ହୃଦଘାତରେ ବାପାର ମୃତ୍ୟୁ ଘଟିଲା। ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମହେନ୍ଦ୍ର ରୋହିଲା। ତାଙ୍କ ଘର ଦିଲ୍ଲୀରେ। ପୁଅ ଅଙ୍କିତ ରୋହିଲା ମାଲକାନଗିରିର ଜଣେ ଝିଅକୁ ଫେସବୁକରେ ଭଲ ପାଇ ବସିଲେ। ଦୁହିଁ ମଧ୍ୟରେ ଘନିଷ୍ଠତା ବଢିବାପରେ ଉଭୟେ ଜୀବନ ସାଥୀ ହେବା ନେଇ ନିଷ୍ପତ୍ତି ନେଲେ। ଦୁହିଁଙ୍କ ପରିବାର ମଧ୍ୟରେ ବୁଝାମଣା ମଧ୍ୟ ସରିଲା। ଝିଅଟିର ବାପା ନଥିବା ବେଳେ ମାଆ ସବୁ କଥା ବୁଝୁଥିଲେ। ତେବେ ପୁଅ ଅଙ୍କିତର ପରିବାର ଏବଂ ସମ୍ପର୍କୀୟ ଦିଲ୍ଲୀରୁ ମାଲକାନଗିରି ଆସି ଏକ ହୋଟେଲରେ ରହିଲେ। ରାତିରେ ବାହାଘର ଥିବାରୁ ବରଯାତ୍ରୀ ହୋଟେଲରୁ ଡିଜେ ବାଜା ବଜାଇ କନ୍ୟା ଘରକୁ ଯିବାକୁ ସଜବାଜ ହେଲେ। ଡିଜେ ବଜାରେ ସହର କମ୍ପୁଥିଲା। ଏହି ସମୟରେ ହଠାତ ବରର ବାପା ମହେନ୍ଦ୍ରଙ୍କ ହୃଦଘାତରେ ମୃତ୍ୟୁ ହୋଇଗଲା।ତୁରନ୍ତ ମେଡ଼ିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ହୋଟେଲକୁ ପୋଲିସ ପହଁଞ୍ଚି ପରିସ୍ଥିତିକୁ ବୁଝିବା ସହ ସମସ୍ତଙ୍କୁ ବୁଝାସୁଝା କରିଥିଲେ। ଏହି ଘଟଣା ପ୍ରଚାର ହେବା ପରେ ସହରରେ ଭିଡ଼ ଜମିଥିଲା। ପୋଲିସ କୌଣସି ମାମଲା ରୁଜୁ ନକରି ବର ପିତାର ଶବକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି |
More Stories
ବଢିଲା ପାରାଦୀପ ବନ୍ଦର ସୁରକ୍ଷା….
ଚାନ୍ଦିପୁରରେ ବସିବ ସୁରକ୍ଷା ବୈଠକ……
ଅପରେଶନ ସିନ୍ଦୂରର:ଭୁବନେଶ୍ୱରରୁ ବିମାନ ଉଡାଣ ବାତିଲ…..