ରିପୋର୍ଟ କାର୍ଡ / କଟକ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ରିପୋର୍ଟ ଦାଖଲ ପାଇଁ ଆଉ ଦୁଇ ସପ୍ତାହ ସମୟ ନେଲା ଏଏସ୍ଆଇ । ଏହାସହିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟସ୍ଥଳି ଗସ୍ତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁନର୍ବାର ମିଳିତ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଆସନ୍ତା ମେ ୧୬ ରେ ମାମଲାର ପରବର୍ତ୍ତୀ ଶୁଣାଣି। ମାମଲାରେ ପକ୍ଷଭୁକ୍ତ ହେବାପାଇଁ ଆଜି ଦାୟର ହୋଇଛି ଏକ ଇଣ୍ଟରଭେନିଂ ପିଟିସନ । ଖବର ଅନୁଯାୟୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ପୁରୀ ନିବାସୀ ଦିଲ୍ଲୀପ ବରାଳ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଯେ , ଶ୍ରୀମନ୍ଦିରର ନିଷିଦ୍ଧାଙ୍କଳର ଶହେ ମିଟର ଭିତରେ ନିର୍ମାଣ କାମ ଚାଲିଛି । ଯାହା ବେଆଇନ , ଏହାଦ୍ବାରା ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଆବେଦନକାରୀ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି । ଏପରିକି ନିଶିଦ୍ଧାଞ୍ଚଳର ୪୦ ମିଟର ଭିତରେ ନିର୍ମାଣ କାର୍ଯ୍ୟ ହେଉଥିବା ସେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି ଏହି ମାମଲାର ଶୁଣାଣି ହୋଇଛି ।






More Stories
ଜେଲ୍ ଗଲେ ଚାମେଲି ଓଝା…..
ବାୟୁସେନା ବିମାନ କ୍ରାସ…..
ମିଥ୍ୟା ତଥ୍ୟ ଦେଲେ ମିଳିବ ଦଣ୍ଡ….