Report Card Odisha

| Daily Odia News

ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଫେବୃଆରୀ ମାସ ପାଇଁ ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ । ନୂଆ ଗାଇଡ଼ଲାଇନ୍ ଅନୁସାରେ -ଏଣିକି ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ ନୁହେଁ ୧୦ଟାରୁ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ । ଭୋର ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ | କରୋନା ମାମଲା ଏବେ କମି କମି ଯାଉଥିବା ବେଳେ ଫେବ୍ରୁଆରୀ ମାସ ପାଇଁ ଗାଇଡ଼ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର ।  ସକାଳ ୫ଟାରୁ ରାତି ୧୦ ଟାଏ ସମସ୍ତ ପ୍ରକାର ଦୋକାନ, ମଲ୍, ଶପିଂ କମ୍ପ୍ଲେକ୍ସ, ମାର୍କେଟ/ହାଟ, ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର୍, ଆସେମ୍ବଲୀ ହଲ୍ ଖୋଲା ରହିବ। ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବା ମନା ହୋଇଛି । ମନ୍ଦିର ଭିତରେ ରୀତିନୀତି ଓ ପରମ୍ପରା ଅନୁସାରେ ପୂଜା ହୋଇପାରିବ । ଏହା ସହିତ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇ ପାରିବ ସରସ୍ୱତୀ ପୂଜା । ସ୍କୁଏ, ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କେଉଁଠି ସରସ୍ୱତୀ ପୂଜାକୁ ମନା କରାଯାଇଛି । ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ସରସ୍ୱତୀ ପୂଜାରେ ସମୂହ ଭୋଜି ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନା କରାଯାଇଛି । ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଓ ଘରୋଇ ଅଫିସ । କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ।

Breaking News