ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଉତ୍ପତିସ୍ଥଳ କୁହାଯାଉଥିବା ଚୀନର ଉହାନ ଏବେ ଆଉ ଏକ ମହାମାରୀ ଭୂତାଣୁକୁ ଚର୍ଚ୍ଚାରେ ରହିଛି । ବୈଜ୍ଞାନିକ ମାନେ ଏନେଇ ଚେତାବନୀ ଦେଇଥିବା ବେଳେ, ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ଭାଇରସ । ଯାହାର ନାଁ ରହିଛି ନିଓ କୋଭ । ଏହା ଅଧିକ ସଂକ୍ରାମକ ଓ ଅଧିକ ପ୍ରାଣ ଘାତି । ଏହି ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବା ସହ ବହୁ ଲୋକଙ୍କ ଜୀବନ ନେଇପାରେ ବୋଲି କୁହାଯାଉଛି । ପ୍ରତି ୩ ଜଣ ସଂକ୍ରମିତଙ୍କ ଭିତରୁ ଜଣଙ୍କର ହୋଇପାରେ ମୃତ୍ୟୁ । ସୂଚନା ମୁତାବକ ଦକ୍ଷିଣ ଆଫ୍ରିକାରେ ନିଓ କୋଭ ଭୂତାଣୁ ଚିହ୍ନଟ ହୋଇଛି । ଉହାନର ବୌଜ୍ଞାନିକ ମାନେ ଏନେଇ ମଧ୍ୟ ରିସର୍ଚ୍ଚ କରୁଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏଥିରେ ମୃତ୍ୟୁ ଓ ସଂକ୍ରମଣର ହାର ଢେର ଅଧିକ ରହିପାରେ ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……