ରିପୋର୍ଟ କାର୍ଡ / ଭୁବନେଶ୍ୱର
ହାଇ ସୁକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଚାଲାଣ । ଯେଉଁ ଗାଡ଼ି ଗୁଡ଼ିକରେ ଏଚ୍ଏସ୍ଆର୍ପି ନଥିବା ଜାନୁଆରୀ ୧୫ରୁ ସେଗୁଡ଼ିକର ଚାଲାଣ କଟିବ । ସୂଚନା ଅନୁସାରେ ଗାଡ଼ିର ଶେଷ ନମ୍ବର ୧ରୁ ୬..ଯାଏଁ ଆସନ୍ତା ୧୫ରୁ ଚାଲାଣ କଟିବ । ସେହିପରି ଜାନୁଆରୀ ୩୧ରେ ଶେଷ ନମ୍ବର ୭ ଏବଂ ୮ର ମଧ୍ୟ ସମୟସୀମା ଶେଷ ହେଉଛି । ସେହିପରି ଫେବୃଆରୀ ୨୮ରେ ଶେଷ ନମ୍ବର ୯ ଓ ୦ର ଅବଧୀ ଶେଷ ହେଉଛି । ପ୍ରାୟ ଦୁଇଥର ନମ୍ବର ପ୍ଲେଟ୍ ବଦଳାଇବାକୁ ସମୟସୀମା ଘୁଞ୍ଚାଇବା ପରେ ଏବେ ରାଜ୍ୟ ପରିବହନ ବିଭାଗ ଚାଲାଣ କାଟିବାକୁ ପ୍ରସ୍ତୁତ ହୋଇଯାଇଛି | ୨୦୧୯, ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି ପାଇଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବା ବାଧ୍ୟତାମୂଳକ କରାଯାଇଛି। ତେବେ ସମୟ ଥାଉ ଥାଉ ଯଦି ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କରାଇନାହାନ୍ତି ତେବେ ତୁରନ୍ତ କରାଇ ନିଅନ୍ତୁ । ନଚେତ୍ ଟ୍ରାଫିକରେ ଧରା ପଡିଲେ ମୋଟା ଅଙ୍କ ଜରିମାନା ଗଣିବାକୁ ପଡିପାରେ ।
More Stories
ଆଜି କାଳବୈଶାଖୀ.…
ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ……
ସାଢେ ୧୧ ଟା ଯାଏଁ ଗୃହ ମୁଲତବୀ……