ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁକାଶ୍ମୀରର କୁପୱାଡ଼ାରେ ପାଟ୍ରୋଲିଂ କରୁଥିବା ବେଳେ ଘାଟିରୁ ସେନା ଗାଡ଼ି ଖସିପଡିଛି | ଫଳରେ୩ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁଯାୟୀ ମଛିଲ ସେକ୍ଟରରେ ପ୍ରବଳ ବରଫ ହେତୁ ଗାଡ଼ିଟି ଧସିଯାଇଥିଲା । ଫଳରେ ଯବାନ ମାନେ ସହିଦ ହୋଇଛନ୍ତି। ସେନା ଅଧିକାରୀ ଙ୍କ ସୂଚନା ଅନୁସାରେ ଜେସିଓ ଏବଂ ଅନ୍ୟ ଦୁଇଜଣ ଯବାନ ମଛିଲ ସେକ୍ଟରରେ ନିୟମିତ ପାଟ୍ରୋଲିଂ କରୁଥିଲେ । ପାଟ୍ରୋଲିଂ କରିବା ସମୟରେ ହଠାତ୍ ଗାଡ଼ିଟି ଖସିପଡ଼ିବାରୁ ଏପରି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରୁ ଯବାନ ମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।






More Stories
ହିମସ୍ଖଳନ; ୧୨ ପର୍ବତାରୋହୀ ମୃତ, ୬ ନିଖୋଜ…..
୧୧ରେ ମୋଦି-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା…..
ବାନ୍ଧବୀଙ୍କୁ ଗାଡ଼ି ଚଢାଇ ମାରିଦେଲେ!…..