ରିପୋର୍ଟ କାର୍ଡ / କେନ୍ଦୁଝର
ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆନନ୍ଦପୁର ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। କେନ୍ଦୁଝର ଜିଲ୍ଲା ୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଅସୀମା ମିଶ୍ରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବିଧାୟକ ଶ୍ରୀ ସେଠୀଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି | ମିଳିଥିବା ସୂଚନା ଅନୁସାରେ- ୨୦୨୨ ଅଗଷ୍ଟ ୩୦ରେ ପଞ୍ଚାୟତ ସମିତି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ଅସୀମା ମିଶ୍ରଙ୍କୁ ବିଧାୟକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଅସୀମା ମିଶ୍ର ଏନେଇ ଆନନ୍ଦପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ତାଙ୍କ ଏତଲାକୁ ଗ୍ରହଣ କରାଯାଇ ନଥିଲା। ଏ ସଂପର୍କରେ ଅସୀମା ମିଶ୍ର କେନ୍ଦୁଝର ଏସ୍ପିଙ୍କୁ ମଧ୍ୟ ଅବଗତ କରାଇଥିଲେ। କିନ୍ତୁ ତା’ ସତ୍ତ୍ୱେ ତାଙ୍କ ଏତଲାକୁ ଗ୍ରହଣ କରି ବିଧାୟକଙ୍କ ନାଁରେ ମାମଲା ରୁଜୁ କରାଯାଇ ନଥିଲା। ତେଣୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୪ ତାରିଖରେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି।






More Stories
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..