ରିପୋର୍ଟ କାର୍ଡ / ବାଲେଶ୍ଵର
ପିଛା ଛାଡୁନି ଟ୍ରେନ୍ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଟ୍ରେନରେ ନିଆଁ ଲାଗିଯାଉଥିବା ଖବର ଆସୁଛୁ। ଆଜି ସକାଳେ ଦକ୍ଷିଣପୂର୍ବ ରେଳପଥର ରୂପସା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ଗତକାଲିଠୁ କୋଇଲା ବୋଝେଇ ଟ୍ରେନ୍ଟି ରୂପସା ଷ୍ଟେସନ ନିକଟରେ ଠିଆ ହୋଇଥିଲା। ଆଜି ସକାଳେ ଏକ ବଗିରେ ଧୂଆଁ ବାହାରୁଥିବା ରେଳ କର୍ମଚାରୀ ଦେଖିଥିଲେ। ଏନେଇ ବାଲେଶ୍ୱର ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଟ୍ରେନରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ରେଲୱେ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।






More Stories
ଗ୍ୟାସ୍ କିଣିପାରିବେ ଶ୍ରମିକ, ବିଦ୍ୟାର୍ଥୀ…..
ଆସାମରେ ନିର୍ବାଚନ ପ୍ରଚାର କଲେ ମୋହନ…..
ଆଉ ଖୋଲାରେ ମିଳିବନି ଗ୍ୟାସ୍……