ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ରରେ ଟ୍ରେନରେ ନିଆଁ ଲାଗି ଯାଇଛି | ଆଜି ନ୍ୟୁ ଅସ୍ତିରୁ ଅହମଦନଗର ଅଭିମୁଖେ ଯାଉଥିବା ଟ୍ରେନର ପାଞ୍ଚଟି କୋଚରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ରେଳ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଘଟଣା ଅପରାହ୍ନ ପ୍ରାୟ ୩ଟା ସମୟରେ ନାରାୟଣଦୋହ ଏବଂ ଅହମଦନଗର ମଧ୍ୟରେ ଘଟିଥିଲା। ତେବେ ଟ୍ରେନର ୫ଟି କୋଚରେ ନିଆଁ ଲାଗିଥିଲେ ବି କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ମିଳିଥିବା ସୂଚନା ମୁତାବକ, ପ୍ରଥମେ ଗାର୍ଡ ସାଇଡ୍ ବ୍ରେକ୍ ଭ୍ୟାନରେ ନିଆଁ ଲାଗିବା ପରେ ନିଆଁ ଧିରେ ଧିରେ ଚାରିଟି ସଂଲଗ୍ନ କୋଚକୁ ବ୍ୟାପିଥିଲା। ତେବେ ନିଆଁ ଆହୁରି ବିସ୍ତାର ହେବା ପୂର୍ବରୁ ସମସ୍ତ ଯାତ୍ରୀ ଟ୍ରେନରୁ ସୁରକ୍ଷିତ ଭାବରେ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରେନର ଅନ୍ୟ ଅଂଶକୁ ବ୍ୟାପିବା ପୂର୍ବରୁ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିଶମ ବାହିନୀ ବ୍ୟତୀତ ଉଦ୍ଧାରକାରୀ ଦଳକୁ ଅତିରିକ୍ତ ସହାୟତା ଯୋଗାଇବା ପାଇଁ ଦୌନ୍ଦରୁ ରେଳ ଦୁର୍ଘଟଣା ରିଲିଫ ଟ୍ରେନ୍ ମଧ୍ୟ ପଠାଯାଇଥିଲା ବୋଲି ଜଣାପଡ଼ିଛି।






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….