ରିପୋର୍ଟ କାର୍ଡ / ହାଇଦ୍ରାବାଦ
ଆନ୍ଧ୍ରପ୍ରଦେଶର ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକଣ୍ଡ ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି ନାଇଟ୍ରିକ୍ ଏସିଡ ଲିକ୍ ଯୋଗୁ ଏପରି ଅଗ୍ନିକାଣ୍ଡ ଘଟିଛି । ସୂଚନା ମୁତାବକ ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ୍କ୍ରିରେଡିଗୁଡେମରେ ଏହି ଅଘଟଣ ହୋଇଛି । ମୃତକ ୬ଜଣଙ୍କ ମଧ୍ୟରୁ ୪ଜଣ ବିହାରର ଥିବା ସୂଚନା ମିଳିଥିବା ବେଳେ ଏବେ ସୁଦ୍ଧା ଅନ୍ୟ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇପାରିନାହିଁ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଗୁରୁତରଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବା ନେଇ ଘୋଷଣା ହୋଇଛି । ତାହା ସମସ୍ତ ଘଟଣା ଉପରେ ନଜର ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..