ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ଡାଏଲେସିସ୍ ରୁମ୍ ରେ ଅଗ୍ନିକାଣ୍ଡ ଯୋଗୁୁଁ ରୋଗୀ ଅସ୍ତବ୍ୟସ୍ତ ହୋଇଛନ୍ତି । ଧୁଆଁ ଭିତରେ ଅସ୍ତବ୍ୟସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ନିଆଁ ଲିଭାଇବାକୁ ଅଗ୍ନିଶମ ଗାଡ଼ି ପହଞ୍ଚିନଥିବା ବେଳେ କର୍ମଚାରୀଙ୍କ ଦ୍ୱାରା ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଛି । ଡାଏଲେସିସ୍ ରୁମ୍ ରୁ ୧୧ ଜଣ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । କୌଣସି ରୋଗୀଙ୍କର କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି ବୋଲି କର୍ମଚାରୀ ମାନେ ସୂଚନା ଦେଇଛନ୍ତି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ବେଳେ ଡାକ୍ତର ଓ କର୍ମଚାରୀ ମାନେ ମିଶି ନିଆଁକୁ ଲିଭାଇଥିଲେ ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..