ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ଡାଏଲେସିସ୍ ରୁମ୍ ରେ ଅଗ୍ନିକାଣ୍ଡ ଯୋଗୁୁଁ ରୋଗୀ ଅସ୍ତବ୍ୟସ୍ତ ହୋଇଛନ୍ତି । ଧୁଆଁ ଭିତରେ ଅସ୍ତବ୍ୟସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ନିଆଁ ଲିଭାଇବାକୁ ଅଗ୍ନିଶମ ଗାଡ଼ି ପହଞ୍ଚିନଥିବା ବେଳେ କର୍ମଚାରୀଙ୍କ ଦ୍ୱାରା ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଛି । ଡାଏଲେସିସ୍ ରୁମ୍ ରୁ ୧୧ ଜଣ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । କୌଣସି ରୋଗୀଙ୍କର କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି ବୋଲି କର୍ମଚାରୀ ମାନେ ସୂଚନା ଦେଇଛନ୍ତି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ବେଳେ ଡାକ୍ତର ଓ କର୍ମଚାରୀ ମାନେ ମିଶି ନିଆଁକୁ ଲିଭାଇଥିଲେ ।
More Stories
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….
ଅତିପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ……
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ……