ରିପୋର୍ଟ କାର୍ଡ / ପୁରୀ
ପୁରୀ ବସ୍ ଷ୍ଟାଣ୍ଡରେ ୩ଟି ବସ୍ରେ ଭୟାବହ ଅଗ୍ନକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳବାହିନୀ ନିୟୋଜିତ ହୋଇଛନ୍ତି । ସୌଭାଗ୍ୟବଶତଃ ବସ୍ରେ କୌଣସି ଯାତ୍ରୀ ନଥିଲେ । ବସ୍ ଷ୍ଟାଣ୍ଡରେ ଅଚାନକ୍ ନିଆଁ ଲାଗିଥିଲା ଏବଂ ଚାହୁଁ ଚାହୁଁ ୩ଟି ବସ୍କୁ ବ୍ୟାପିଥିଲା ନିଆଁ । ତେବେ କେଉଁ କାରଣରୁ ବସ୍ରେ ନିଆଁ ଲାଗିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି ।
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..