Report Card Odisha

| Daily Odia News

RMRC କ୍ୟାମ୍ପସରେ ଅଗ୍ନିକାଣ୍ଡ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ସ୍ଥିତ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଛି । କ୍ୟାମ୍ପସର ଷ୍ଟୋର ରୁମରେ ଏହି ଅଗ୍ନିକାଣ୍ଡ ସଂଘଟିତ ହୋଇଥିବା ଜଣାପଡ଼ିଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ କୋଭିଡ-୧୯ ସାମ୍ପୂଲ କିଟ୍ ଜଳିଯାଇଥିବା ଜଣାପଡ଼ିଛି । ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା । ତେବେ ଆରଏମଆରସି କ୍ୟାମ୍ପସରେ ଅଗ୍ନିକାଣ୍ଡ ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ୨ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉକ୍ତ ନିଅାଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ସାଧାରଣ ଭାବେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ମନରେ ହଠାତ୍ ଆଶଙ୍କା ସୃଷ୍ଟି ହୋଇଥାଏ । ଅନେକ ସମୟରେ ରାଜଧାନୀରେ ଅଗ୍ନିକାଣ୍ଡ ଘଟି ବହୁ ଧନଜୀବନ ହାନୀ ହୋଇଥିବାର ଦେଖିବାକୁ ମିଳିଛି ।

Breaking News