ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳନ୍ତା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଛି | ବସ ଭିତରେ ଥିବା ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ଆଗ୍ରା-ଲକ୍ଷେ୍ନ ଏକ୍ସପ୍ରେସ ୱେରେ ଉସରାହାର ଥାନା ଅଞ୍ଚଳରେ | ଶନିବାର ବସଟି ଚାଲୁଥିବା ସମୟରେ ଯାତ୍ରୀବାହୀ ବସରେ ହଠାତ ନିଆଁ ଲାଗି ଜଳିଯାଇଛି । ବସରେ ଥିବା ଯାତ୍ରୀ ମାନେ ବସରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି। ସୂଚନା ଯୋଗ୍ୟ , ନିଆଁରେ ହୁ ହୁ ହୋଇ ବସଟିକୁ ଜଳିବା ଅବସ୍ଥାରେ ଦେଖି ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଉକ୍ତ ବସଟି ବିହାରର ପୂର୍ଣ୍ଣିୟାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗି ଥିବା ନେଇ ଅନୁମାନ କରାଯାଉଛି।






More Stories
କୌଣସି ପ୍ରମାଣ ନାହିଁ;ମନମୋହନ ସିଂଙ୍କୁ କ୍ଲିନଚିଟ୍……
ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ୍……
‘ଇଡିଅଟ’ ଶବ୍ଦ ବ୍ୟବହାରକୁ ନେଇ ଲୋକ ସଭାରେ ହଟ୍ଟଗୋଳ…..