ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳନ୍ତା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଛି | ବସ ଭିତରେ ଥିବା ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ଆଗ୍ରା-ଲକ୍ଷେ୍ନ ଏକ୍ସପ୍ରେସ ୱେରେ ଉସରାହାର ଥାନା ଅଞ୍ଚଳରେ | ଶନିବାର ବସଟି ଚାଲୁଥିବା ସମୟରେ ଯାତ୍ରୀବାହୀ ବସରେ ହଠାତ ନିଆଁ ଲାଗି ଜଳିଯାଇଛି । ବସରେ ଥିବା ଯାତ୍ରୀ ମାନେ ବସରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି। ସୂଚନା ଯୋଗ୍ୟ , ନିଆଁରେ ହୁ ହୁ ହୋଇ ବସଟିକୁ ଜଳିବା ଅବସ୍ଥାରେ ଦେଖି ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଉକ୍ତ ବସଟି ବିହାରର ପୂର୍ଣ୍ଣିୟାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗି ଥିବା ନେଇ ଅନୁମାନ କରାଯାଉଛି।
More Stories
ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି…..
ଗୃହରେ ପ୍ରବଳ ହଟ୍ଟଗୋଳ,ସାଢେ ୧୧ଟା ଯାଏଁ ମୁଲତବୀ…..
କଟକରୁ ବେଆଇନ୍ ବନ୍ଧୁକ କାରଖାନା ଠାବ…..