Report Card Odisha

| Daily Odia News

ଜଳିଗଲା ବିମାନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଭିଆ ଦ୍ବୀପରେ ବନାଗ୍ନି ଲିଭାଇବା ପାଇଁ ମୁତୟନ ହୋଇଥିବା ଗୋଟାଏ ଜଳବର୍ଷଣକାରୀ ବିମାନ ମଙ୍ଗଳବାର ଦିନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣ ପାଇଲଟଙ୍କର ମୃତ୍ୟୁ ହୋଇବା ସରକାରୀ ସୂତ୍ରରୁ ଜଣାପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ-କମ୍‌ ଉଚ୍ଚରେ ଉଡୁଥିବା ‘ସିଏଲ୍‌-୨୧୫’ ବିମାନର ଡେଣା ବାଜି ଗଛଟିଏ କଟିଯାଉଛି। ତା’ର ଅଳ୍ପ ସମୟ ପରେ ବିମାନଟି ମୁହଁମାଡ଼ି ତଳେ ପଡୁଛି ଓ ଫାଟିଯାଇ ଅଗ୍ନିପିଣ୍ଡୁଳା ପାଲଟି ଯାଉଛି। ଇଭିଆ ଅଞ୍ଚଳର ଏକ ଗାଁରେ ସରକାରୀ ମୁଖପାତ୍ର ୟାନ୍ନିସ୍‌ ଆର୍ଟୋପାଅସ୍‌ କହିଛନ୍ତି, ଅନ୍ୟୂନ ୨ଜଣ ଲୋକ ଥିବା ଗୋଟାଏ ଗ୍ରୀକ୍‌ କ୍ୟାନାଡିୟାର୍‌ ବିମାନ ପ୍ଲାଟାନିସ୍ତୋ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଗ୍ନିଶମ ବିଭାଗ କହିଛି, କ୍ୟାନାଡିୟାର୍‌ ବିମାନଟି ରବିବାର ଦିନ ନିଆଁ ଲାଗିଥିବା ବଣ ପାଖରେ ପ୍ରବାହିତ ଗୋଟାଏ ନଈ ଭିତକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ବିମାନର ୩୪ ବର୍ଷିୟ କ୍ୟାପ୍‌ଟେନ୍‌ କ୍ରିଷ୍ଟୋସ୍‌ ମୌଲାସ୍‌ ଓ ୨୭ ବର୍ଷିୟ ସହ-ପାଇଲଟ୍‌ ଲେଫ୍ଟନାଣ୍ଟ୍‌ ପେରିକ୍ଲିସ୍‌ ଷ୍ଟିଫାନିଡିସ୍‌ଙ୍କର ମୃତ୍ୟୁ ଘଟିଛି। ଦୁହେଁ ବାୟୁସେନାର ଥିଲେ କର୍ମଚାରୀ। ବାୟୁସେନା କହିଛି, ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ଦୁଇଟି ହେଲିକପ୍ଟର୍‌ ପଠାଯାଇଛି। ଗ୍ରୀସ୍‌ସ୍ଥିତ ‘ଡବ୍ଲୁଡବ୍ଲୁଏଫ୍‌’ ମଙ୍ଗଳବାର ଦିନ କହିଛି, ବନାଗ୍ନି ଯୋଗୁଁ ଗତ ସପ୍ତାହକ ମଧ୍ୟରେ ୩୫,୦୦୦ ହେକ୍ଟର୍‌ ଅରଣ୍ୟ ଓ ଅନ୍ୟାନ୍ୟ ଜମିରେ ଥିବା ଗଛଲତା ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲିଭା କାର୍ଯ୍ୟରେ ୯ଟି ବିମାନ, ୨ଟି ହେଲିକପ୍ଟର୍‌ ଓ ୨୬୦ ଦମକଳ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Breaking News