ରିପୋର୍ଟ କାର୍ଡ / ନୂଆଦିଲ୍ଲ
ପଞ୍ଜାବର ବଠିଣ୍ଡାସ୍ଥିତ ସାମରିକ କେନ୍ଦ୍ରରେ ଗୁଳିକାଣ୍ଡ ଘଟି ’୮୦ ମିଡିୟମ୍ ରେଞ୍ଜ୍’ର ୪ ଜଣଙ୍କର ମୃତ୍ୟୁ ହୋଇଛି । ସାମରିକ କେନ୍ଦ୍ର ଭିତରେ ଗୁଳିକାଣ୍ଡ ଘଟିବା କଥା ରିପୋର୍ଟ ହେବା ପରେ ଉକ୍ତ କେନ୍ଦ୍ରର ‘କୁଇକ୍ ରିଆକ୍ସନ୍ ଟିମ୍’ ତତ୍ପର ହୋଇ ସେ ଅଞ୍ଚଳକୁ କର୍ଡନ୍ କରି ସିଲ୍ କରି ପକାଇଛି। ସଦ୍ୟତମ ସୂଚନା ଅନୁସାରେ, ସାମରିକ କେନ୍ଦ୍ରର ଅଫିସର୍ସ ମେସ୍ ଭିତରେ ଗୁଳିକାଣ୍ଡ ଘଟିଛି। ନିହତ ବ୍ୟକ୍ତିମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଛି। ଗୁଳି ଚଳାଇଥିବା ବ୍ୟକ୍ତିଜଣକ ବେସାମରିକ ପୋଷାକ ପିନ୍ଧିଥିଲେ ବୋଲି କୁହାଯାଉଛି। କିନ୍ତୁ, ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପଞ୍ଜାବ ‘ଏସ୍ଏସ୍ପି’ କହିଛନ୍ତି। ସେ କହିଛନ୍ତି, ଗୁଳିକାଣ୍ଡ ଟଘଣା ଆତଙ୍କବାଦୀ ଆକ୍ରମଣ ନୁହେଁ। ଏହା ଆତଙ୍କବାଦୀ ଆକ୍ରମଣ ପରି ମନେ ହେଉନାହିଁ। ସହକର୍ମୀ ହତ୍ୟା ବା ଆକସ୍ମିକ ଦୁର୍ଘଟଣା ପରି ମନେ ହେଉଛି ବୋଲି ପଞ୍ଜାବ ପୋଲିସ ଓ ଗୁଇନ୍ଦାସୂତ୍ର ଅନୁମାନ କରୁଛନ୍ତି। ବଠିଣ୍ଡା ସାମରିକ କେନ୍ଦ୍ରର ‘ଆର୍ଟିଲେରି ୟୁନିଟ୍’ରେ ଗୁଳିକାଣ୍ଡ ଘଟିଛି ବୋଲି ପ୍ରଥମେ ସୂଚନା ମିଳିଥିଲା । ସମ୍ପ୍ରତି ଘଟଣାସ୍ଥଳରେ ତଲାସ ଅଭିଯାନ ଚାଲିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..