Report Card Odisha

| Daily Odia News

ଚନ୍ଦ୍ରକୁ ଯିବେ ପ୍ରଥମ ଭାରତୀୟ ଅନିଲ ମେନନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୁନ୍ ମିଶନ ପାଇଁ ନାସା ୧୦ଜଣ ଟ୍ରେନି ଆଷ୍ଟ୍ରୋନଟ୍ ଙ୍କୁ ଚୟନ କରିଛି । ଏହା ଭିତରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଅନିଲ ମେନନ । ଏପର୍ଯ୍ୟନ୍ତ କୌଣସି ଭାରତୀୟ ଚନ୍ଦ୍ରକୁ ଯାଇନାହାନ୍ତି ନାହାନ୍ତି । ଅନିଲ ମେନନ ଯଦି ସଫଳ ହୁଅନ୍ତି ତେବେ ଚନ୍ଦ୍ରରେ ପାଦ ରଖିବାରେ ସେ ହେବେ ପ୍ରଥମ ଭାରତୀୟ । ୪୫ ବର୍ଷୀୟ ଅନିଲ ମେନନ ଆମେରିକା ଏୟାରଫୋର୍ସରେ ଲେଫଟନାଣ୍ଟ କର୍ଣ୍ଣେଲ ଅଛନ୍ତି । ସେ ସ୍ପେସ୍ଏକ୍ସରେ ଫ୍ଲାଇଟ୍ ସର୍ଜେଣ୍ଟ ମଧ୍ୟ ଅଛନ୍ତି । ନାସା ଚୟନ କରିଥିବା ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ୬ ପୁରୁଷ ଏବଂ ୪ମହିଳା । ଆଗରୁ ମହାକାଶକୁ ଯାଇଛନ୍ତି ୪ ଭାରତୀୟ । ୧୯୮୪ ଏପ୍ରିଲ ୩ ରେ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବରେ ମହାକାଶ ଯାଇଥିଲେ । ଏହାପରେ ଭାରତୀୟ ବଂଶୋଦ୍ଦଭ ଭାବରେ କଳ୍ପନା ଚାୱଲା, ସୁନୀତା ୱିଲିୟମସ୍ ଏବଂ ରାଜା ଚାରୀ ମହାକାଶ ଯାଇଛନ୍ତି । ତେବେ ଅନିଲ ମେନନ ଯଦି ମୁନ୍ ମିଶନରେ ସାମିଲ ହୁଅନ୍ତି ତେବେ ଚନ୍ଦ୍ରକୁ ଯିିବାରେ ସେ ହେବେ ପ୍ରଥମ ଭାରତୀୟ ବଂଶୋଦ୍ଦଭ । ଅନିଲ ମେନନଙ୍କ ମା ଭାରତୀୟ ଏବଂ ବାପା ୟୁକ୍ରେନୀୟ । ସେ ଆମେରିକାର ମିନେସୋଟା ସହରରେ ବଢ଼ିଛନ୍ତି । ୧୯୯୯ରେ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ଅନିଲ ନ୍ୟୁରୋ ବାୟୋଲୋଜିରେ ସ୍ନାତକ କରିଥିଲେ । ୨୦୦୪ରେ କାଲିଫର୍ଣ୍ଣିଆର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ କରିଥିଲେ । ଷ୍ଟାନଫୋର୍ଡ ମେଡିକାଲ ସ୍କୁଲ ରୁ ମଧ୍ୟ ସେ ଡାକ୍ତର ଡିଗ୍ରୀ ହାସଲ କରିଛନ୍ତି । ଅନିଲ ନାସାର ଅନେକ ମିଶନ ପାଇଁ କ୍ରୁ ଫ୍ଲାଇଟ୍ ସର୍ଜନ ଭାବରେ କାମ କରିଛନ୍ତି । ୧୨ହଜାର ଲୋକ ନାସାର ମୁନ୍ ମିଶନ ପାଇଁ ଆବେଦନ କରିଥିଲେ । ଏଭିତରୁ ୧୦ ଜଣଙ୍କୁ ଟ୍ରେନିଂ ପାଇଁ ବଛାଯାଇଛି । ଆସନ୍ତା ବର୍ଷ ଏମାନେ ସମସ୍ତେ ଟେକସାସ୍ ର ଜନସନ୍ ସ୍ପେସ୍ ସେଣ୍ଟରରେ ଯୋଗ ଦେବେ । ସେଠାରେ ୨ ବର୍ଷର ତାଲିମ ପରେ ନାସାର ସ୍ବତନ୍ତ୍ର ପ୍ରୋଗ୍ରାମ୍ ରେ ଭାଗ ନେବେ । ୨୦୨୫ରେ ନାସା ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଯୋଜନା କରିଛି ।

 

 

Breaking News