ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଇଡେନ ରୁଷକୁ ଚେତାବନୀ ଦେଇଛନ୍ତି | କହିଛନ୍ତି କି ୟୁକ୍ରେନ ଉପରେ ଆକ୍ରମଣ କଲେ ପାଶ୍ୱାତ୍ୟ ରାଷ୍ଟ୍ରସମୂହ ପକ୍ଷରୁ ରୁଷ ବିରୁଦ୍ଧରେ କଠୋର ଅର୍ଥନୈତିକ କଟକଣା ଲାଗୁ କରାଯିବ। ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଆଲୋଚନା ହୋଇଛି। ଏହା ପ୍ରାୟ ଦୁଇଘଣ୍ଟା ଧରି ଚାଲିଥିଲା। ସୂଚନାଯୋଗ୍ୟ ଯେ ୟୁକ୍ରେନ ସୀମାନ୍ତରେ ରୁଷ ପକ୍ଷରୁ ୧ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରାଯିବା ସହିତ ବହୁ ସଂଖ୍ୟାରେ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ସଜ୍ଜିତ କରି ରଖାଯାଇଛି। ଏହାକୁ ନେଇ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିବା କୁହାଯାଉଛି। ଯଦି ରୁଷ ନିଜ ନିଷ୍ପତ୍ତିରେ ଅଟଳ ରହି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧକରେ ତେବେ ସମୁଦାୟ ପାଶ୍ଚାତ୍ୟ ରାଷ୍ଟ୍ର ରୁଷ ବିରୁଦ୍ଧରେ କଠୋର ଅର୍ଥନୈତିକ ପଦକ୍ଷେପ ଗ୍ରହଣ କରିବେ। ଇତିମଧ୍ୟରେ ୟୁକ୍ରେନ ସରକାର ରୁଷକୁ ଚେତାବନୀ ଦେଇ କହିଛନ୍ତି ଯେ ଏହା ଆକ୍ରମଣ କଲେ ତାହାର ପ୍ରତିଜବାବ ଦିଆଯିବ ଏବଂ ଆମେରିକା ଏବଂ ନାଟୋ ରାଷ୍ଟ୍ରଗୁଡିକ ୟୁକ୍ରେନ ସହିତ ସାମରିକ ସହଯୋଗ ଜାରି ରଖିବାକୁ ମଧ୍ୟ ୟୁକ୍ରେନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ବାଇଡେନଙ୍କ ସହିତ ବୈଠକ କାଳରେ ରୁଷ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ ଯୋଜନା କରିନଥିବା କହିଛନ୍ତି ରାଷ୍ଟ୍ରପତି ପୁତିନ। ବୈଠକ କାଳରେ ବାଇଡେନ ସ୍ପଷ୍ଟ କରିଦେଇଥିଲେ ଯେ ୟୁକ୍ରେନ ଉପରେ ଆକ୍ରମଣ ହେଲେ ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡିକ ମଧ୍ୟ ଏହାର ଜବାବ ଦେବେ। ଅନ୍ୟପକ୍ଷରେ ୟୁକ୍ରେନରେ ଉତ୍ତେନଜା ସୃଷ୍ଟି ପାଇଁ ପୁତିନ ନାଟୋକୁ ଦାୟୀ କରୁଥିବା କ୍ରେମଲିନ ପକ୍ଷରୁ କୁହାଯାଇଛି। ବୈଠକ କାଳରେ ବାଇଡେନ ହ୍ୱାଇଟ ହାଉସର ସିଚୁଏସନ ପ୍ରକୋଷ୍ଠରେ ବସିଥିବାବେଳେ ପୁତିନ ସୋଚିସ୍ଥିତ ନିଜର ରିସର୍ଟ ବାସଭବନରେ ଉପସ୍ଥିତ ଥିଲେ।






More Stories
ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍. ଚନ୍ଦ୍ରଶେଖରନ୍ଙ୍କ ଇସ୍ତଫା…..
ଏଫସିଆରଏ ବିଲକୁ ଜେପିିସିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିଲା କେନ୍ଦ୍ର…..
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….