ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଦାନ କରାଯିବ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିବେ। ପ୍ରାୟ ୧ କୋଟି ୮ ଲକ୍ଷ ମହିଳାଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ। ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳା ସୁଭଦ୍ରା ଯୋଜନା ପାଇବାକୁ ଯୋଗ୍ୟ ହେବେ ବୋଲି ସେ କହିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ର ଯୋଜନା ଅର୍ଥ ଦେବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଘୋଷଣା କରିଥିଲେ। ତେବେ ରାକ୍ଷୀ ପୂର୍ଣ୍ଣିମା ଗତ ୧୯ ତାରିଖରେ ଶେଷ ହୋଇ ସାରିଥିବାରୁ ଆଗାମୀ ସେପ୍ଟେମ୍ବର ୧୭ ତାରିଖ ସୁଭଦ୍ର ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..