ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବାଇରୁ ହାଇଦରାବାଦ ଯାଉଥିବା ଏକ ଘରୋଇ ହେଲିକପ୍ଟର ପୁଣେରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ଏହି ହେଲିକପ୍ଟରରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ। ଘରୋଇ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ପୁଣେ ଏସ୍ପି ପଙ୍କଜ ଦେଶମୁଖ କହିଛନ୍ତି ଯେ, ପୁଣେ ଜିଲ୍ଲାର ପାଉଡ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ଏହି ହେଲିକପ୍ଟରଟି ଏକ ଘରୋଇ ବିମାନ ଚଳାଚଳ କମ୍ପାନୀ ମାଲିକାନା ଅଧୀନରେ ରହିଛି। ପୁଣେ ଗ୍ରାମୀଣ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ ମୃତାହତଙ୍କ ପ୍ରକୃତ ସଂଖ୍ୟା ସମ୍ପର୍କରେ ସୂଚନା ସଂଗ୍ରହ କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଣେର ଏପରି ଏକ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ଅତ୍ୟଧିକ ବର୍ଷା ହେଉଛି। ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..