ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାର ପୃଥିବୀ କରୋନା ସହିତ ଲଢେଇ କରୁଛି | କରୋନା ସଂକ୍ରମରୁ ବର୍ତ୍ତିବା ପାଇଁ ଟୀକା ଦିଆଯାଉଛି | ମନୁଷ୍ୟଙ୍କର କୋଭିଡ୍ ପରୀକ୍ଷା ସାଧାରଣ କଥା ପ୍ରାୟ ସମସ୍ତ ଙ୍କୁ ଜଣା | କିନ୍ତୁ ଚୀନ୍ରେ ମାଛ, କଙ୍କଡ଼ା ପରି ଜଳଚର ଜୀବଙ୍କ କୋଭିଡ୍ ପରୀକ୍ଷା କରାଯିବା ଭଳି ତଥ୍ୟ ସୂଚନା ମିଳିଛି। ଚୀନ୍ର ଝିଆମେନ୍ ପ୍ରାନ୍ତରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଉଥିବାରୁ ମାଛ, କଙ୍କଡ଼ାଙ୍କ ପରି ଜଳଚର ଜୀବଙ୍କ କୋଭିଡ୍ ପରୀକ୍ଷା କରାଯାଉଥିବା ସମୟର ଏକ ଚିତ୍ର ଦକ୍ଷିଣ ଚୀନ୍ ମର୍ଣ୍ଣିଂ ପୋଷ୍ଟ ତରଫରୁ ସାମାଜିକ ଗଣମାଧ୍ୟମରେ ଛଡ଼ାଯାଇଛି। ଏହି ଭିଡିଓରେ ସ୍ବାସ୍ଥ୍ୟକର୍ମୀମାନେ ମାଛ, କଙ୍କଡ଼ାର କୋଭିଡ୍ ପରୀକ୍ଷା କରୁଥିବାର ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟକର୍ମୀମାନେ ପିପିଇ କିଟ୍ ପିନ୍ଧି ମାଛ ପାଟି ଓ କଙ୍କଡା ଖୋଳରୁ ସ୍ବାବ୍ ସଂଗ୍ରହ କରି କୋଭିଡ୍ ପରୀକ୍ଷା କରୁଛନ୍ତି। ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ସାମାଜିକ ଗଣମାଧ୍ୟମରେ ଦେଖି ସାରିଛନ୍ତି। କେତେକ ବ୍ୟକ୍ତି ଏହାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ନାପସନ୍ଦ କରିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..