ରିପୋର୍ଟ କାର୍ଡ / ବ୍ରହ୍ମଗିରି
ଚିଲିକା ମଝିରେ ଫସିଯାଇଛି ଭସା ପୋଲ। ଏହି ଯାତ୍ରୀବାହୀ ଭସା ପୋଲ ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଆଜି ସକାଳେ ମହିଁଷା ଗାଁ ନିକଟରେ ମଝି ଚିଲିକାରେ ଫସି ଯାଇଥିବା ସୂଚନା ମିଳିଛି। ଭସାପୋଲରେ ୨ଟି ବସ୍, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି। ଦୀର୍ଘ ସମୟ ହେଲା ଭସାପୋଲଟି ମହିଁଷା ଗାଁ ନିକଟରେ ଅଟକି ରହିଥିବା ଜଣାପଡ଼ିଛି। ଚିଲିକାରେ ଜଳ ହ୍ରାସ ପାଉ ଥିବାବେଳେ ଭସାପୋଲ ଯାତ୍ରା କରୁଥିବା ସ୍ୱତନ୍ତ୍ର ଚ୍ୟାନେଲ୍ ପୋତି ହୋଇଯିବା କାରଣରୁ ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ-ଗତ ଜାନୁଆରୀ ୨୦ ତାରିଖରେ ଚିଲିକା ମଝିରେ ଭସାପୋଲ ଅଟକିଥିଲା।






More Stories
କାର୍କୁ ଘୋଷାଡ଼ି ନେଲା ଟ୍ରକ…..
ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର….
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……