ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ୟାଙ୍କକରୁ ମୁମ୍ବାଇକୁ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ଉକ୍ତ ଯାତ୍ରୀଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଇଣ୍ଡିଗୋ ବିମାନ ୬ଇ-୫୭ ନିଜ ସମୟ ଅନୁସାରେ ବ୍ୟାଙ୍କକରୁ ସନ୍ଧ୍ୟା ୪ଟାରେ ଯାତ୍ରା ଆରମ୍ଭ କରିଥିଲା। ଯାତ୍ରାର ଏକ ଘଣ୍ଟା ପରେ ବିମାନ ମଝି ଆକାଶରେ ଉଡ଼ୁଥିବା ବେଳେ ଉକ୍ତ ବିମାନରେ ବସିଥିବା ଜଣେ ଯାତ୍ରୀଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଆଉ ତାଙ୍କର ବିମାନରେ ହିଁ ମୃତ୍ୟୁ ହୋଇଯାଇଥିଲା । ଯାତ୍ରୀଙ୍କ ଏଭଳି ମୃତ୍ୟୁ ଦେଖି ତାଙ୍କ ସହିତ ଯାତ୍ରା କରୁଥିବା ସହଯାତ୍ରୀ ଭୟଭୀତ ହୋଇଯାଇଥିଲେ। ଫଳରେ ଜରୁରୀକାଳିନ ପରିସ୍ଥିତରେ ବିମାନକୁ ସୁରକ୍ଷିତ ଭାବେ ମିଆଁମାରରେ ଅବତରଣ କରିଥିଲେ ପାଇଲଟ | ପ୍ରାୟ ପାଞ୍ଚ ଘଣ୍ଟା ପରେ ବିମାନଟି ୟାଙ୍ଗୁନରୁ ପୁଣି ଯାତ୍ରୀଙ୍କୁ ଧରି ଯାତ୍ରା ଆରମ୍ଭ କରିଥିଲା। ଏହି ଘଟଣାରେ ଉକ୍ତ ବିମାନରେ ବସି ଯାତ୍ରା କରୁଥିବା ଯାତ୍ରୀଙ୍କୁ ସମୟ ବିଳମ୍ବ ହେତୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ଦିଲ୍ଲୀରୁ ଦୋହା ଯାଉଥିବା ବିମାନରେ ଓ ରାଞ୍ଚିରୁ ପୁଣେ ଯାଉଥିବା ଇଣ୍ଡିଗୋ ବିମାନରେ ବି ଏମିତି ଦୁଃଖଦ ଘଟଣା ଘଟିଥିଲା। ଅର୍ଥାତ ଯାତ୍ରା କରୁଥିବା ସମୟରେ ମଝି ଆକାଶରେ ଯାତ୍ରୀଙ୍କ ପ୍ରାଣବାୟୁ ଉଡିଯାଇଥିଲା।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..