ରିପୋର୍ଟ କାର୍ଡ / ବାଲେଶ୍ୱର
ଏକ ଯାତ୍ରୀବାହୀ ବସ୍ରୁ ଡକାୟତି କରିବା ପାଇଁ ଦୁର୍ବୃତ୍ତମାନେ ଯୋଜନା ମୁତାବକ ରାସ୍ତାରେ ଗଛ କାଟି ପକାଇଥିଲେ | ଗାଡ଼ି ଅଟକିବ ଓ ଏହି ସମୟରେ ଦୁର୍ବୃତ୍ତମାନେ ଡକାୟତି କରିବେ। ତାଙ୍କର ଏହି ଉଦ୍ୟମକୁ ପଣ୍ଡ କରିଦେଲେ ବନ ବିଭାଗ କର୍ମଚାରୀ | ଠିକ ସମୟରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।ଏହି ଘଟଣା ଘଟିଛି ବାଲେଶ୍ଵର ନୀଳଗିରି-ଉଦଳା ରାସ୍ତାର ସଜନାଗଡ଼ ଜଙ୍ଗଲରେ| ସୂଚନା ଅନୁସାରେ, ନୀଳଗିରି-ଉଦଳା ରାସ୍ତାର ତିନିକୋଶିଆ ଜଙ୍ଗଲୀ ରାସ୍ତା ଉପରେ ଗଛ ପକାଇ ଦୁର୍ବୃତ୍ତମାନେ ଡକାୟତି ପାଇଁ ପ୍ଲାନିଂ କରିଥିଲେ। ଭୁବନେଶ୍ୱର ଅଭିମୁଖେ ଯାଉଥିବା ‘ବିଜୟା’ ନାମକ ବସ୍ରୁ ଡକାୟତି ପାଇଁ ଦୁର୍ବୃତ୍ତମାନେ ଯୋଜନା କରିଥିଲେ। ପ୍ଲାନ୍ ଅନୁସାରେ, କିଛି ଦୁର୍ବୃତ୍ତ ଗଛ କାଟି ରାସ୍ତା ଉପରେ ଗଡାଇ ଦେଇଥିଲେ। ରାସ୍ତା ଉପରେ ଗଛ ପଡ଼ିଥିବା ଦେଖି ଡ୍ରାଇଭର ବସ୍ ଅଟକାଇ ଥିଲେ। ରାସ୍ତା ଉପରେ ଗଛ ପଡ଼ିଛି, ତେଣୁ କିଛି ଟଙ୍କା ଦେଲେ ଭିତିରିଆ ରାସ୍ତା ଦେଇ ନେଇ ଯିବୁ ବୋଲି ଦୁର୍ବୃତ୍ତମାନେ ଡ୍ରାଇଭରଙ୍କୁ କହିଥିଲେ। ସୌଭାଗ୍ୟବଶତଃ, ଏହି ସମୟରେ ଦେବଦୂତ ସାଜି ନୀଳଗିରି ବନ ବିଭାଗର କିଛି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ବନ ବିଭାଗ କର୍ମଚାରୀଙ୍କୁ ଦେଖି ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇଥିଲେ। ହେଲେ ବନ ବିଭାଗ କର୍ମଚାରୀ ନଡରି ଅନ୍ୟ ଲୋକଙ୍କୁ ଡାକିଥିଲେ। ଏହାପରେ ସେଇ ବାଟ ଦେଇ ଯାଉଥିବା ଯାତ୍ରୀବାହୀ ବସ୍ ସମେତ ୫ଟି ଟୁରିଷ୍ଟ୍ ବସ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..