ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଂକର ମୃତ୍ୟୁ ହୋଇଛି | ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୩୩ ଓ ସ୍ଥାନୀୟ ସଂକ୍ରମିତ ୯୬ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୨୯ ଜଣ ଅଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୬୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନଗୁଳ ଜିଲ୍ଲାରୁ ୧, ବାଲେଶ୍ୱର ୬, ଭଦ୍ରକ ୩, ବଲାଙ୍ଗିର ୧, କଟକ ୧୮, ଦେବଗଡ ୧, ଗଜପତି ୨ ଓ ଗଞ୍ଜାମରେ ୩ ଜଣ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ୨, ଯାଜପୁର ୬, ଝାରସୁଗୁଡା ୨, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୧୧୩, କୋରାପୁଟ ୩, ମୟୁରଭଞ୍ଜ ୧୧, ନୟାଗଡରେ ଜଣଙ୍କୁ ଚିହ୍ନଟ କରାଯାଇଛି । ପୁରୀ ୩, ସମ୍ବଲପୁର ୧୩, ସୁନ୍ଦରଗଡ ୮, ଷ୍ଟେଟପୁଲରୁ ୨୮ ଚିହ୍ନଟ ହୋଇଛନ୍ତି । ଦିନକରେ ୨୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ୨୬୧୬ ସକ୍ରିୟ କରୋନା ଆକ୍ରାନ୍ତ ରାଜ୍ୟରେ ରହିଛନ୍ତି । ଆଜିର ୩ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୮୬ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।
Discussion about this post