ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିମ୍ ଇଣ୍ଡିଆର ପୂର୍ବତନ ବକ୍ସର ଡିଙ୍ଗକୋ ସିଂଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଡିଙ୍ଗକୋ ବହୁ ବର୍ଷ ଧରି ବକ୍ସିଂରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ୧୯୯୮ ବ୍ୟାକଂକ୍ ଏସିଆନ୍ ଗେମସରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମଣିପୁରର ଡିଙ୍ଗକୋ ସିଂଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗତବର୍ଷ ମେ’ ମାସରେ ଡିଙ୍ଗକୋ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆରୋଗ୍ୟ ହୋଇଥିଲେ । ଗତବର୍ଷ ଲିଭର କ୍ୟାନସର ଚିକିତ୍ସା ପାଇଁ ତାଙ୍କୁ ଇମ୍ପାଲରୁ ଦିଲ୍ଲୀ ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଡିଙ୍ଗକୋଙ୍କ ମୃତ୍ୟୁରେ ଭାରତ ଜଣେ ମହାନ୍ ବକ୍ସରଙ୍କୁ ହରାଇଲା ଦେଶରେ ବକ୍ସିଂକୁ ଲୋକପ୍ରିୟ କରିବାରେ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜଜୁ, ବକ୍ସର ବିଜେନ୍ଦର ସିଂ ମଧ୍ୟ ଡିଙ୍ଗକୋ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।
More Stories
ପଦାର୍ଥ ବିଜ୍ଞାନରେ ନୋବେଲ୍ ପାଇବେ ଜନ୍ ଜେ ହପଫିଲଡ ଓ ଜେଫ୍ରି ଇ. ହିଣ୍ଟନ…..
ବିଧାନସଭା ନିର୍ବାଚନରେ ନାୟବ ସିଂହ ସୈନିଙ୍କ ବାଜିମାତ…..
ଭିନେଶ ଯେଉଁଠି ବି ପାଦ ରଖନ୍ତି,ତାହା ନଷ୍ଟ ହୋଇଯାଏ…..