ରିପୋର୍ଟ କାର୍ଡ / ଭୁବନେଶ୍ୱର
ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଛି। ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରବିବାର ଭୋର ସମୟରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ୧୯୪୮ ମସିହାରେ ଝାରସୁଗୁଡ଼ାର ପୁରୁଣାବସ୍ତିରେ ଜନ୍ମଗ୍ରହଣ କରିଥିଲେ। ସେ ଝାରସୁଗୁଡ଼ାରୁ କଂଗ୍ରେସ ଟିକେଟରେ ୩ ଥର ନିର୍ବାଚନ ଜିତିଥିଲେ। ସେ ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାଛଡ଼ା ବୀରେନ୍ଦ୍ର ପାଣ୍ଡେ ଝାରସୁଗୁଡ଼ାର ପୌରପାଳ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ସଭାପତି ଭାବେ ମଧ୍ୟ ଦାୟିତ୍ବ ବହନ କରିଥିଲେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..