Report Card Odisha

| Daily Odia News

କଂଗ୍ରେସ ଛାଡିଲେ ଅଶୋକ ଚୌହାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସକୁ ଝଟ୍‌କା ଲାଗିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପଟୋଲେଙ୍କୁ ଏନେଇ ଚିଠି ଲେଖି ସେ ଜଣାଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଲେଖିଛନ୍ତି, ମୁଁ ଦେଶର ସବୁଠୁ ପୁରୁଣା ଦଳକୁ ଛାଡୁଛି। କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମୁଁ ଇସ୍ତଫା ଦେଉଛି। ସେ ବିଧାନସଭା ବାଚସ୍ପତି ରାହୁଲ ନରଭେକରଙ୍କ ନିକଟକୁ ମଧ୍ୟ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ସୂଚନାନୁସାରେ, ଅଶୋକ ଚୌହାନ ଦୀର୍ଘ ଦିନ ହେବ କଂଗ୍ରେସକୁ ନେଇ ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ସେ ଇସ୍ତଫା ଦେଇଛନ୍ତି। ସେ ବିଜେପି ରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

Breaking News