ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏକ ଦୁଃଖଦ ଖବର ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ବଡ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା(ବାପି ଭାଇ ) ଆଉ ନାହାନ୍ତି | ଗତ କିଛି ଦିନ ହେବ କୋଭିଡ୍ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ | ଆଜି ସକାଳ ୭ ଟାରୁ ୮ ଟା ମଧ୍ୟରେ ଇହଲୀଳା ସମ୍ବରଣ କରିଛନ୍ତି | ୪୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏହି ଖବର ପାଇ ଯୁବ କଂଗ୍ରେସର ଉପସଭାପତି ଶ୍ରୀ ଯୁକ୍ତ ଅଭିଳାଷ ମାଣିଆ ଦୁଃଖ ପ୍ରକାଶ କରିବା ସହ ଆମେ ରାଜନୀତିରେ ଦିଗହରା ହୋଇଗଲୁ ବୋଲି କୋହଭରା କଣ୍ଠରେ କହିଛନ୍ତି | ଆହୁରି ମଧ୍ୟ କହିଛନ୍ତି ଆଜି ଓଡିଶା ପ୍ରଦେଶ କଂଗ୍ରେସ ଏହି ଉଦିୟମାନ ଯୁବ ନେତାଙ୍କୁ ହରାଇ ଦିଗହରା ହୋଇଯାଇଛି | ଯାହା ଦ୍ୱାରା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ସବୁଦିନ ପାଇଁ ବାପି ଭାଇଙ୍କର ଅନୁପସ୍ଥିତିକୁ ପ୍ରତିଟି ମୁହୂର୍ତ୍ତରେ ଅନୁଭବ କରିବ | ତାଙ୍କରୀ ଆଦର୍ଶକୁ ଅନୁସରଣ କରି ଆଗକୁ ବଢିବ | ଏହା ସହିତ ପୁରୀ କଂଗ୍ରେସ ବିଧାୟକ ପାର୍ଥୀ ଅରପ୍ରସାଦ ମିଶ୍ର ଏହି ଖବର ପାଇ ମର୍ମାହତ ହୋଇ କହିଛନ୍ତି, ଆଜି ରାଜନୀତିରେ ଆମେ ଯଦି ଏକ ସ୍ଥାନରେ ପହଞ୍ଚିଛୁ ଏହାର ସମ୍ପୂର୍ଣ୍ଣ ଶ୍ରେୟ ବାପି ଭାଇଙ୍କର | ସେ ଆଜି ଆମଗହଣରେ ନାହାନ୍ତି ସତ ମୁଁ ତାଙ୍କର ଅନୁପସ୍ଥିତିକୁ ସବୁଦିନ ପାଇଁ ଅନୁଭବ କରିବି | ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବାପିଭାଇଙ୍କ ଅନ୍ତର ଆତ୍ମାକୁ ସଦ୍ଗତି ଦେବା ସହ ତାଙ୍କ ପରିବାରକୁ ଆର୍ଶୀବାଦ କରନ୍ତୁ |
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……