ରିପୋର୍ଟ କାର୍ଡ / କଟକ
କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଫୋଷ୍ଟାକ୍ ବା ‘ଫୁଡ୍ ସେଫ୍ଟି ଟ୍ରେନିଂ ଆଣ୍ଡ ସାର୍ଟିଫିକେସନ୍ ଯୋଜନା ସାରା ଦେଶରେ ଲାଗୁ କରାଯାଇଛି। କଟକ ପୌର ନିଗମ ତରଫରୁ ୨୦୨୫ ପରେ ଏହାକୁ ସହରରେ କଡ଼ାକଡ଼ି ଭାବେ ଲାଗୁ କରାଯିବାର ଯୋଜନା ରହିଛି। ନିଗମ ଅଞ୍ଚଳରେ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ଫୋଷ୍ଟାକ୍ ବାଧ୍ୟତାମୂଳକ ହେବ। ଯେଉଁ ବ୍ୟବସାୟୀ ଫୋଷ୍ଟାକ୍ ଯୋଜନାରେ ତାଲିମ ନେଇ ନ ଥିବେ ସେମାନଙ୍କୁ ଫୁଡ୍ ଲାଇସେନ୍ସ ମିଳିବ ନାହିଁ। ପୂର୍ବରୁ ଫୁଡ୍ ଲାଇସେନ୍ସ ଥିଲେ ମଧ୍ୟ ଏହି ସାର୍ଟିଫିକେଟ୍ ନେବା ଜରୁରୀ ବୋଲି ୨୦୨୨ ମେରେ ନିଗମ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏକ ବର୍ଷରୁ ଅଧିକ ସମୟ ହେବ ନିଗମ ପକ୍ଷରୁ ଫୋଷ୍ଟାକ୍ କାର୍ଯ୍ୟକ୍ରମ ବନ୍ଦ ରହିଛି।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..