Report Card Odisha

| Daily Odia News

ଅନାସ୍ଥା ଭୋଟ ହାରିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାଇକେଲ ବର୍ନିଅର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିବ। ଗୁରୁବାର ଫ୍ରାନ୍ସ ସଂସଦରେ ଅନାସ୍ଥା ଭୋଟ ହୋଇଥିଲା। ଅନାସ୍ଥାରେ ବିଜୟୀ ହେବା ଲାଗି ବର୍ନିଅରଙ୍କୁ ୨୮୮ ଭୋଟ ଆବଶ୍ୟକ ଥିଲା। କିନ୍ତୁ ୩୩୧ ଜଣ ତାଙ୍କ ବିରୋଧରେ ଭୋଟ ଦେବା ସହିତ ଅନାସ୍ଥାକୁ ସମର୍ଥନ କରିଥିଲେ। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବିରୋଧୀ ବାମ ମେଣ୍ଟ ଦଳଗୁଡ଼ିକ ସହିତ ଶାସକ ଦଳର ସଦସ୍ୟମାନେ ବି ଭୋଟ ଦେଇଥିଲେ। ଯାହା ଫଳରେ ବର୍ନିଅରଙ୍କୁ ପଦ ହରାଇବାକୁ ପଡ଼ିଛି। ୩ ମାସ ତଳେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ଭବେ ବର୍ନିଅରଙ୍କୁ ନିଯୁକ୍ତ କରିଥିଲେ। ସାମ୍ବିଧାନିକ ନିୟମ ଅନୁସାରେ ଆସନ୍ତା ୨୦୨୫ ଜୁଲାଇ ମାସ ପୂର୍ବରୁ ଫ୍ରାନ୍ସରେ ସାଧାରଣ ନିର୍ବାଚନ ହୋଇପାରିବ ନାହିଁ। ତେଣୁ ରାଷ୍ଟ୍ରପତିଙ୍କୁ ଆଉ ଜଣେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ପଡ଼ିବ। ସେ ପର୍ଯ୍ୟନ୍ତ ବର୍ନିଅର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବେ। ସୂଚନାଯୋଗ୍ୟ, ୟୁରୋପୀୟ ସଂଘ ନିର୍ବାଚନରେ ଫ୍ରାନ୍ସର ମାରିଏନ ଲା ପେନ୍‌ଙ୍କ ନ୍ୟାସନାଲ ରାଲି ପାର୍ଟି ବହୁମତ ସହିତ ବିଜୟୀ ହେବା ପରେ ଦେଶରେ ରାଜନୈତିକ ସଙ୍କଟ ଆରମ୍ଭ ହୋଇଛି।

Breaking News