ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟିକା ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏ ବାବଦରେ ରାଜକୋଷରୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୧୮ରୁ ୪୪ ବର୍ଷ ବୟସ ବର୍ଗର ୨ କୋଟି ଲୋକଙ୍କୁ ଟିକା ଦିଆଯିବ। ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶ ଆଜି ଏକ କଠିନ ପରିସ୍ଥିିତି ଦେଇ ଗତି କରୁଛି, ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ପରିସ୍ଥିତିର ଭୟାବହତାକୁ ବୁଝିବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କୋଭିଡ୍ ଗାଇଡ୍ ଲାଇନ୍କୁ ମାନିବା ଲାଗି ଅନୁରୋଧ ନବୀନ କରିଛନ୍ତି। ମୁଁ ଲକ୍ଡାଉନ୍ ସପକ୍ଷରେ ନୁହେଁ ବୋଲି ନବୀନ କହିଛନ୍ତି। ଏହି ଘୋଷଣା ପୂର୍ବରୁ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ସମ୍ବୋଧନରେ କଣ ରହିବ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍ରେ ସେନେଇ ରାଜ୍ୟବାସୀଙ୍କ ନଜର ରହିଥିଲା। କିଛି ରାଜ୍ୟ ମାଗଣା ଟିକା ଘୋଷଣା କରିଛନ୍ତି। ଏହା ପରେ ଓଡ଼ିଶାରେ ମାଗଣା ଟିକା ଦେବା ପାଇଁ ବିରୋଧୀ ଚାପ ପକାଇଥିଲେ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..