ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶରେ ହିଂସା ଥମିବାର ନାଁ ନେଉନାହିଁ | ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେବା ପରେ ମଧ୍ୟ ଦେଶରେ ହିଂସା ଥମୁନି। ପ୍ରଧାନମନ୍ତ୍ରୀଙ୍କ ପରେ ଏଥର ଛାତ୍ର ସଂଗଠନ ସୁପ୍ରିମକୋର୍ଟକୁ ଟାର୍ଗେଟ କରିଛନ୍ତି |ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କ ଇସ୍ତଫା ଦାବିରେ ବ୍ୟାପକ ହଡତାଳ ଆରମ୍ଭ କରି ଦେଇଛନ୍ତି। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରମାନେ ଭିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ପ୍ରକାଶ ଥାଉକି, ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବ୍ୟାପକ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରିଥିଲେ ଆନ୍ଦୋଳନକାରୀ। ଅଗଷ୍ଟ 5ରେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ବାଧ୍ୟ ହୋଇ ପଦରୁ ଇସ୍ତଫା ଦେଇ ଭାରତ ଚାଲି ଆସିଥିଲେ ଶେଖ୍ ହସିନା। ବର୍ତ୍ତମାନ ସେଠାରେ ଅନ୍ତରୀଣ ସରକାର ଗଠନ ହୋଇଛି। ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର କାର୍ଯ୍ୟ କରୁଛନ୍ତି। ହିଂସାରେ ବର୍ତ୍ତମାନ ସୁଦ୍ଧା 450ରୁ ଅଧିକ ଲୋକଙ୍କ ଜୀବନ ଗଲାଣି, ଶତାଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତଥାପି ଛାତ୍ର ସଂଗଠନ ପୁଣି ହିଂସା ଆରମ୍ଭ କରି ଦେଇଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..