ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବର ଜଳନ୍ଧର ସହରରେ ‘ଫ୍ରିଜ୍ କମ୍ପ୍ରେସର୍’ ଫାଟିବାରୁ ୩ଜଣ ପିଲାଙ୍କ ସମେତ ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ଘଟିଛି | ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ରବିବାର ରାତିରେ ସହରର ଅବତାର ନଗର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ‘ଫ୍ରିଜ୍’ ବିସ୍ଫୋରଣ ପରେ ଉକ୍ତ ଘରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଆହତ ହୋଇଥିବା ୫ଜଣଙ୍କୁ ଜଳନ୍ଧର ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଥିଲା। କିନ୍ତୁ, ସେଠାରେ ସେମାନଙ୍କର ମୃତ୍ୟୁ ଘଟିଲା। ମୃତ ବ୍ୟକ୍ତିମାନେ ହେଉଛନ୍ତି ୭୦ ବର୍ଷିୟ ଯଶପାଲ୍ ଘାଇ, ୪୦ ବର୍ଷୀୟ ରୁଚି ଘାଇ, ୧୪ ବର୍ଷୀୟ ମନଷା, ୧୨ ବର୍ଷୀୟ ଦିୟା ଓ ୧୦ ବର୍ଷିୟ ଅକ୍ଷୟ। ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ଘଟଣାସ୍ଥଳରୁ ନମୁନା ସଂଗ୍ରହ ଲାଗି ‘ଫୋରେନ୍ସିକ୍ ଟିମ୍’କୁ ଡକାଯାଇଥିବା କଥା ପୋଲିସ କହିଛି। ଜଳନ୍ଧରର ଅତିରିକ୍ତ ଡେପୁଟି ପୋଲିସ କମିସନର୍ ଆଦିତ୍ୟ କହିଛନ୍ତି, ଜଳନ୍ଧରର ଅବତାର ନଗରସ୍ଥିତ ଏକ ଘରେ ବିସ୍ଫୋରଣ ଭଳି ଘଟଣା ଘଟିଥିବା ସୂଚନା ପାଇବା କ୍ଷଣି ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ବିସ୍ଫୋରଣର କାରଣ ଜାଣିବା ନିମନ୍ତେ ତଦନ୍ତ କରୁଛୁ।






More Stories
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..