ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ଇଂରାଜୀ ନାମ ଇଣ୍ଡିଆ କୁ ପରିବର୍ତ୍ତନ କରିପାରନ୍ତି ସରକାର। ଆସନ୍ତା ୨୦୨୪ ପୂର୍ବରୁ ‘ଇଣ୍ଡିଆ’ ନାଁ ସମ୍ପୂର୍ଣ୍ଣ ରୂପେ ବଦଳିଯିବ। ଏଣିକି ଦେଶର ନାଁ କେବଳ ‘ଭାରତ’ ଲେଖାଯିବ । ଏନେଇ ସ୍ବତନ୍ତ୍ର ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଜି-୨୦ ଅବସରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି । ଅନ୍ୟପଟେ ବିରୋଧୀ ଏହାକୁ କଟାକ୍ଷ କରି କହିଛନ୍ତି, ମେଣ୍ଟ ଇଣ୍ଡିଆ ନାଁକୁ ନେଇ ସରକାର ଡରିଯାଇଛନ୍ତି । ତେଣୁ ସମ୍ବିଧାନ ସଂଶୋଧନ କରିବାକୁ ଯାଉଛନ୍ତି । ‘ଇଣ୍ଡିଆ’ ଶବ୍ଦକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..