ରିପୋର୍ଟ କାର୍ଡ / କଟକ
ଚଳିତ ବର୍ଷ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡଓଷାରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁକରାଯାଇଛି । ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହାସହ ୧୨ରୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ। କେବଳ ବିଧି ରକ୍ଷା ପାଇଁ ହେବ ନୀତିକାନ୍ତି। ତେଣୁ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ଆସିବାକୁ ମନା କରିଛି ପ୍ରଶାସନ। ସେପଟେ ସାକ୍ଷୀ ଗୋପାଳ ସ୍ଥିତ ଗୋପିନାଥ ଦେବ ମନ୍ଦିର ପରିସରରେ ବି ୧୪୪ ଧାରା ଜାରି କରାଯାଇଛି। ଆଜି ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପାଇଁ ଜାରି ହୋଇଛି କଟକଣା । କେବଳ ଏତିକି ନୁହେଁ ବରଂ କରୋନା କଟକଣାକୁ ନଜରରେ ରଖି ରାଜ୍ୟର ବିଭିନ୍ନ ମନ୍ଦିରରେ ପ୍ରଶାସନ କଟକଣା ଲଗାଇଛନ୍ତି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଗାଇଡ୍ଲାଇନ୍ର ଅନୁସାରେ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରବେଶ କରୁଛନ୍ତି କିନ୍ତୁ ପୂଜାପର୍ବ ଦିନରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।






More Stories
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..