ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଷର ଯୁଦ୍ଧ କୌଶଳକୁ ଦୁର୍ବଳ କରିବାକୁ ଶପଥ ନେଇଛନ୍ତି ୭ ଦେଶ । ଜି-୭ ଟେକ୍ନୋଲୋଜି, ଔଦ୍ୟଗିକ ଉପକରଣ ଓ ସେବା ବନ୍ଦ କରିବାକୁ ଶପଥ ନେଇଛନ୍ତି ଜି-୭ ମହାଶକ୍ତି। ଋଷ ୟୁକ୍ରେନ୍ ଉପରେ ଯୁଦ୍ଧ ଘୋଷଣା କରିବା ପରେ ପ୍ରତିବନ୍ଧକର ଲାଇନ ଲାଗିଛି। ଏ ଦିଗରେ ଆଉ ଏକ କଟକଣା ଜାରି ହୋଇଛି। ଜାପାନର ହିରୋସିମା ସହରରେ ଜି-୭ ବୈଠକ ଆରମ୍ଭ ହୋଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ବୈଠକରେ ଯୋଗ ଦେବାକୁ ଆସୁଥିବା ବେଳେ ଋଷକୁ ୭ ଦେଶର ଅର୍ଥନୀତିରୁ ଦୂରେଇ ରଖିବାକୁ ବୈଠକରେ ଶପଥ ନିଆଯାଇଛି। ଜି-୭ ଦେଶରେ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ୟୁକେ ଏବଂ ଆମେରିକା ରହିଛନ୍ତି। ଅତିରିକ୍ତ ଭାବେ ୟୁରୋପିୟନ ୟୁନିୟନ ସଦସ୍ୟ ରହିଥିଲେ ବି ସେ ଗଣତିରେ ଯାଉ ନାହିଁ। ଋଷ ବିରୋଧରେ ପ୍ରତିବନ୍ଧକ ଲଗାଇ ଜି-୭ ଦେଶ କହିଛନ୍ତି ଯେ ଆମେ ଋଷର ଏଭଳି କାର୍ଯ୍ୟାକୁ ନିନ୍ଦା କରୁଛୁ। ଋଷ ଯୁଦ୍ଧର ପ୍ରଭାବ ଅନ୍ୟ ଦେଶ ଉପରେ ପଡ଼ୁଛି। ତେଣୁ ୟୁକ୍ରେନକୁ ଅଧିକରୁ ଅଧିକ ସହଯୋଗ ଯୋଗାଇବା ପାଇଁ ବୈଠରେ ଉତ୍ସାହିତ କରାଯାଇଛି। ଏଥିରେ କୁହାଯାଇଛି ଯେ ୟୁକ୍ରେନ୍ ଲୋକଙ୍କ ପ୍ରତି ଆମର ସମ୍ବେଦନଶୀଳତା ରହିଛି ଓ ସହଯୋଗ ମଧ୍ୟ ସବୁବେଳେ ରହିବ।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..