ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜି-୨୦ ଶିଖର ସମ୍ମିଳନୀ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି | ସ୍ୱାଗତ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତ ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟା ଆମଠୁ ନୂଆ ସମାଧାନ ଆଶା କରୁଛି। ଏକବିଂଶ ଶତାବ୍ଦିରେ ଆମେ ଏପରି ସମୟରେ ଉପନୀତ ହୋଇଛେ ଯେଉଁଠି ଆମକୁ ଦୁନିଆକୁ ନୂଆ ଦିଗଦର୍ଶନ ଦେବାକୁ ପଡ଼ିବ । ଆମ ଆଗରେ ବର୍ଷ ବର୍ଷର ପୁରୁଣା ସମସ୍ୟା ଦଣ୍ଡାୟମାନ ହୋଇଛି। ମାନବିକତାକୁ ପ୍ରାଥମିକତା ଦେଇ ଆମେ ଏହି ସବୁ ସମସ୍ୟାର ସମାଧାନ କରିବା ଉଚିତ । ଆମେ ସମସ୍ତେ ମିଳିମିଶି ଏହି ସମସ୍ତ ବାଧାବିଘ୍ନ ଅତିକ୍ରମ କରି ପାରିବା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି। ଜି-୨୦ ସମ୍ମିଳନୀର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି ଏଥର ପ୍ରଥମ ଥର ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ପାଇଥିବା ଆଫ୍ରିକା ସଂଘର ମୁଖ୍ୟଙ୍କୁ ଜୋରଦାର ଢଙ୍ଗରେ ସ୍ୱାଗତ କରିଛନ୍ତି। ଏପରିକି ସେ ନିଜ୍ ସିଟ୍ରୁ ଉଠାଇ ଆଫ୍ରିକୀୟ ମୁଖ୍ୟଙ୍କୁ ସ୍ୱାଗତ କରିଥିଲେ। କହିଲେ ମୋର ବିଶ୍ବାସ ଯେ, ଏହି ପ୍ରସ୍ତାବ ଉପରେ ଆମେ ସମସ୍ତଙ୍କ ସମ୍ମତି ହାସଲ କରିଛୁ। ତେଣୁ, ଆସନ ଗ୍ରହଣ କରିବା ଲାଗି ମୁଁ ଆଫ୍ରିକୀୟ ୟୁନିୟନ୍ର ମୁଖ୍ୟଙ୍କୁ ଆମନ୍ତ୍ରଣ କରୁଛି।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……