Report Card Odisha

| Daily Odia News

ମାତ୍ର ୩୫ ବର୍ଷ ବୟସରେ ଦେଶର ରାଷ୍ଟ୍ରପତି ହେବେ ବୋରିକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ମାତ୍ର ୩୫ ବର୍ଷ ବୟସରେ ଜଣେ ବ୍ୟକ୍ତି ଏଠାରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗାବ୍ରିଏଲ ବୋରିକ। ସେ ଦେଶରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେଣୁ ଏହି ଛାତ୍ର ଆନ୍ଦୋଳନକାରୀ ନେତା ଜଣଙ୍କ ଦେଶର ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ ରାଷ୍ଟ୍ରପତି ପଦରେ ବସିବେ। ସେ ନିର୍ବାଚନରେ ଦକ୍ଷିଣ ପନ୍ଥୀ ନେତା ଜୋସେ ଆଣ୍ଟୋନିଓ କାଷ୍ଟଙ୍କୁ ମାତ୍ର ହରାଇଛନ୍ତି। ବାମପନ୍ଥୀ ନେତା ବୋରିଙ୍କ ସପକ୍ଷରେ ଦେଶର ୫୬% ଲୋକ ଭୋଟ ଦେଇଛନ୍ତି। ବୋରିକ ଦେଶରେ ଜାରି ରହିଥିବା ଅସାମାନତା, ଦାରଦ୍ର୍ୟତା ଓ ମୁକ୍ତ ଅର୍ଥନୀତିକ ମାର୍କେଟ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେଲା ଅକ୍ଳାନ୍ତ ପରିଶ୍ରମ କରୁଥିଲେ। ବିଜୟ ପରେ ସେ ଗଣତନ୍ତ୍ରର ସୁରକ୍ଷା ଦିଗରେ କାମ କରିବେ ବୋଲି କହିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ବୋରିକ ୫୫.୮୭% ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋସେ ଆଣ୍ଟୋନିଓ କାଷ୍ଟଙ୍କୁ ୪୪.୧୩% ଜନମତ ମିଳିଛି। କାଷ୍ଟ ଟ୍ୱିଟରରେ ଲେଖିଛନ୍ତି, “ମୁଁ ତାଙ୍କର ମହାନ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଆଜିଠାରୁ ସେ ଚିଲିର ନିର୍ବାଚିତ ରାଷ୍ଟ୍ରପତି। ତାଙ୍କୁ ସମସ୍ତ ସମ୍ମାନ ଓ ଗଠନମୂଳକ ସହଯୋଗ ଦରକାର।”

Breaking News